ଚାଷୀ ଋଣି ମାରଣା ନୀତି ବିରୁଦ୍ଧରେ ପାଇକସିଦା ସେବା ସମବାୟ ସମିତି ସମ୍ମୁଖରେ ଶତାଧିକ ଚାଷୀ ଓ ଋଣିମାନଙ୍କ ଅନଶନ ଓ ବିକ୍ଷୋଭ।


ଜଳେଶ୍ବର ୨୭/୩ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପାଇକସିଦା ସେବା ସମବାୟ ସମିତି ଅଧୀନ ୫ ଗୋଟି ପଞ୍ଚାୟତର ଚାଷୀମାନଙ୍କ ପକ୍ଷରୁ ସମାଜସେବୀ ପଦ୍ମଲୋଚନ ବେହେରାଙ୍କ ଆହ୍ଵାନ କ୍ରମେ ଆଜି ଶତାଧିକ ଚାଷୀ ଏବଂ ଋଣି ସମିତିର କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପାଇକସିଦା ସମବାୟ ସମିତି ଅଧିନରେ ପାଇକସିଦା ପଞ୍ଚାୟତର ପାଇକସିଦା, କେଶପୁରା, ବାଲିକବାର୍ଡ, ଚିତମିଶ୍ରା, ତାଳଗଛିଆ, ଉତ୍ତରପଡ଼ା ଓ ଖଳାବାଡ଼ିଆ ଗ୍ରାମ, କୋଟସାହି ପଞ୍ଚାୟତର କାଶିମପୁର ଓ ଜାମପୁର, ଗଡ଼ସାହି ବାଲିଆପାଳ ପଞ୍ଚାୟତ ଏବଂ ବର୍ତ୍ତନା ପଞ୍ଚାୟତର କସିଦା, ଷୋଳଶଣ୍ଡା, ସାନକାସିଦା ପ୍ରଭୃତି ଗ୍ରାମର ପ୍ରାୟ ୪୪୮ ଜଣ ଋଣିଙ୍କୁ ବିନା ନୋଟିସରେ ଡିଫଲ୍ଟର କରିବା ସହିତ ଧାନ କିଣାରେ ପ୍ରଚୁର ଅନିନୀୟମତା ହୋଇ ଥିବାରୁ ଆଜି ଏହି ବିକ୍ଷୋଭ ହୋଇଥିବା ଜଣା ପଡିଛି। ବିକ୍ଷୋବରେ ପୂର୍ବତନ ପାଇକସିଦା ସରପଞ୍ଚ ରମାନାଥ ଗିରିଙ୍କ ପୌରହିତ୍ୱରେ ମୁଖ୍ୟ ଚାଷିନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ଅନନ୍ତ କୁମାର ରାଉଳ, କାହ୍ନୁ ଚରଣ ମହାନ୍ତି, ରମାନାଥ ଜେନା, ରାଧାଷ୍ୟାମ ଜେନା, ଶ୍ରୀପତି ଚରଣ ପାଳ, ବାବୁରାମ ଦାସ, ସନାତନ ପାଳ, ଜନ୍ମେଜୟ ସାହୁ, ଅଜିତ କୁମାର ସେଠି, ଭଗିରଥ ମାଝୀ, ଗଙ୍ଗାଧର ନାୟକ, ଯଦୁନାଥ ବେହେରା, ଡମ୍ବରୁଧର ମହାପାତ୍ର, କାହ୍ନୁ ଚରଣ ରଣା, ରମେଶ ଚନ୍ଦ୍ର ପଢିଆରୀ, ନାରାୟଣ ରଣା, ସୁଧିର କୁମାର ବେହେରା, ସଞ୍ଜୟ କୁମାର ସାହୁ, ବଂଶୀଧର ରାଉଳ, ଦେବେନ୍ଦ୍ର ବେହେରା, ସୁଶାନ୍ତ ଜେନା ଓ ଯତୀନ୍ଦ୍ର ସାହୁ ପ୍ରମୁଖ ଚାଷୀ ନେତା ଉପସ୍ଥିତ ରହି ସମବାୟ ଦୁର୍ନୀତି ବାବଦରେ ଦୃଢ଼ ନିନ୍ଦା କରିବା ସହ ଶତାଧିକ ଚାଷି ବିକ୍ଷୋବରେ ସାମିଲ ଥିଲେ।

Post a Comment

Previous Post Next Post