କୁଆଡେ ଗଲା ରାସନ ସାମଗ୍ରୀ ?


ଜଳେଶ୍ବର ୨୫/୩ (ଜଗନ୍ନାଥ ଗୋଛାୟତ) ସରକାର ଲୋକଙ୍କ ପାଇଁ ମାଳମାଳ ଯୋଜନା କରୁଥିବା ବେଳେ ସେଥିରୁ ଖାଦ୍ୟ ଯୋଜନା ଅନ୍ୟତମ । ଡିଲର ର ମନମାଳୀନ ପାଇଁ ଦୋରିଦ୍ର, ଖଟିଖିଆ, ଗରିବ ଲୋକ ରେସନରୁ ବଞ୍ଚିତ ହେଉଛନ୍ତି ୧୭୪ ପରିବାର । ଏଭଳି ଅଭିଯୋଗ କରିଛନ୍ତି ଜଳେଶ୍ବର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ଶ୍ୟାମନଗର ପଞ୍ଚାୟତର ଫୁଲଝରୀ ଗ୍ରାମର ବାସିନ୍ଦାମାନେ । ଏଠାରେ ଥିବା ଡିଲର ଧନଞ୍ଜୟ ସିଂ ଙ୍କ ଉପରେ ୧୭୪ ପରିବାର ରାସନ ସାମଗ୍ରୀ ପାଇଁ ନିର୍ଭରଶିଳ କରୁଥିବା ବେଳେ ଆଜିକୁ ୩ ମାସ ହେଲାଣି ଗ୍ରାମବାସୀ ମାନେ ରେସନରୁ ବଞ୍ଚିତ ହେଉଛନ୍ତି । ଫୁଲଝୋରି ଗ୍ରାମ ଆଦିବାସୀ ବହୁଳ ଅଂଚଳ ହୋଇଥିବାରୁ ରାତି ପହିଁଲେ ଏଠାକାର ଲୋକମାନେ ଦିନମୋଜୁରିଆ ଭାବେ କାମକରି ଯାହା ଦୁଇପଇସା ଆଣନ୍ତି ସେଥିରେ ଗୁଜୁରାଣ କରନ୍ତି । ରାସନ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲାବେଳେ ଖାଦ୍ୟ ମୁଠାଏ ପାଇଁ ନାହିଁନଥିବାର ସମସ୍ୟାର ସୋମୁଖୀନ ହେଉଛନ୍ତି ଏହି ଖଟିଖିଆ ଆଦିବାସୀ ସମ୍ପ୍ରଦାୟର ଲୋକେ ।୩ ମାସର ରାସନ ଗଲା କୁଆଡ଼େ,ଏନେଇ ସ୍ୱରଉତ୍ତୋଳନ ଉଠାଇଛନ୍ତି ଗ୍ରାମବାସୀ ମାନେ । ଅନ୍ୟପକ୍ଷରେ ବ୍ଲକ ଯୋଗାଣ ଅଧିକାରୀଣୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ସବିଶେଷ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯାଇଛି ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Post a Comment

Previous Post Next Post