ଭୋଗରାଇ (ଚିନ୍ମୟ କୁମାର ଦାସ) ଭୋଗରାଇ ବ୍ଳକ ଅନ୍ତର୍ଗତ ଖରିଦ ପିପଳ ଗ୍ରାମପଞ୍ଚାୟତ ଅଧିନ ଖରିଦ ପିପଳ ସେବା ସମବାୟ ସମିତି ସମ୍ମୁଖରେ ଆଜି ମଙ୍ଗଳ ବାର ଅପରାହ୍ନରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳ ଅନୁଷ୍ଠିତ ହୋଇଛି | ଏହି ସେବା ସମବାୟ ସମିତି(ଖରଦି ପିପଳ ,ନାଚିନ୍ଦା ,ଆରୁହା ବୃତ୍ତି ୧, ଓବିଷ୍ଣୁପୁର ପଞ୍ଚାୟତକୁ ନେଇ ଏହି ୪ ଟି ପଞ୍ଚାୟତ ର ଚାଷିମାନେ ଋଣ ନେଣଦେଣ କରିଥାନ୍ତି ।ଏହି ସଭାକୁ ପଣ୍ଡିତ ରାଜେନ୍ଦ୍ର ପଣ୍ଡା ବେଦପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମିତିର ସଭାପତି କେଶବ ଚନ୍ଦ୍ର ପାଳ ସଭାପତିତ୍ୱ କରିଥିଲେ।ଏବଂ ସଭାକୁ ପରିଚଚାଳନା କରିଥିଲେ ,ମୁଖ୍ୟ ଅତିଥି ଭାବେ ଭୋଗରାଇ ବ୍ଳକ ଅଧ୍ୟକ୍ଷ ପ୍ରବିର କୁମାର ଗିରି, ମୁଖ୍ୟବକ୍ତା ଭାବେ ଆଇନଜିବି ଭୁବନାନନ୍ଦ ଦାସ, କବି ସୁକୁମାର ଦାସ, ସମ୍ମାନିତ ଅତିଥିଭାବେ ୩୦ନମ୍ବର ଜୋନର ଜିଲ୍ଲା ପରିସଦ ଗିରିସଚନ୍ଦ୍ର ଦତ୍ତ, ଖରଦିପିପଳ ସରପଞ୍ଚ ମଞ୍ଜୁରାଣୀ ବେହେରା , ଆରୁହାବୃତ୍ତି ୧ ସରପଞ୍ଚ ଗୀତରାଣୀ ଜେନା,ନାଚିନ୍ଦା ସରପଞ୍ଚ ଶିଶିର କୁମାର ରଣା ,ନାଚିନ୍ଦା ଗ୍ରା ପ: ସମିତି ସଭ୍ୟା ମଧୁମିତା ପ୍ରଧାନ,ଖରଦିପିପଳ ସେବା ସମବାୟ ସମିତିର ପୂର୍ବତନ ସଭାପତି ଏବଂ ସଭ୍ୟ ଆଶୁତୋଷ ମହାନ୍ତି ସମାଜସେବୀ ମୂରଲୀମୋହନ ପଟ୍ଟନାୟକ,ପୋରୋଷୁତ୍ତମ ସେବା ସମବାୟ ସମିତିର ସଭାପତି ଦେବାଶିଷ ଶତପଥି , ରାମଦେଇଚକ ସେବା ସମବାୟ ସମିତିର ସଭାପତି ଖଗେନ୍ଦ୍ର ନାୟକ , ଯୁଗେନ୍ଦ୍ରନାଥ ପାଳ, ଆଇନଜିବି ରାଜକିଶୋର ଜେନା |
ଖରଦି ପିପଳ ଗ୍ରାମପଞ୍ଚାୟତ ସମିତି ସଭ୍ୟା ବିନତୀ ସାହୁ ,ପ୍ରାକ୍ତନ ସମ୍ପାଦକ ଅନନ୍ତ କୁମାର ସାମଲ, ସେବା ସମବାୟସମିତିର ଉପସଭାପତି ସନ୍ଧ୍ୟାରାଣୀ ସେଠୀ, ପୂର୍ବତନ ସଭାପତି ଏବଂ ସଭ୍ୟ ନିମାଇଁ ଚରଣ ପାଳ ,ଏବଂ ସମବାୟ ସମିତିର ସମସ୍ତ ନିର୍ଦ୍ଦେଶକ, ନିର୍ଦ୍ଦେଶିକା ,ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ , ସମସ୍ତ ୪ ଟି ପଞ୍ଚାୟତ ଅଧିନ ନରେ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ,ନାରୀ ସଂଘ ଏବଂ ଶହ ଶହ ଚାଷିମାନେ ଉପସ୍ଥିତ ଥିଲେ ।ଏହି ସଭାକୁ ସମିତିର କର୍ମକର୍ତ୍ତା ପରିଚାଳନା କରିଥିଲେ , ବାର୍ଷିକ ବିବରଣୀ ପଠନ କରିଥିଲେ ଭାରପ୍ରାପ୍ତ ସମ୍ପାଦକ ସତ୍ୟ ଗୋପାଲ ସାମଲ,ସର୍ବଶେଷରେ ପୂର୍ବତନ ସମ୍ପାଦକ ଅନନ୍ତ କୁମାର ସାମଲ ସମସ୍ତଙ୍କୁ ଅନ୍ୟବାଦ ଦେଇଥିଲେ।
Post a Comment