ଜଳେଶ୍ବର ୨୪/୩ (ଜଗନ୍ନାଥ ଗୋଛାୟତ) ଗତ ୨୦ ମାର୍ଚ୍ଚ ପଖାଳ ଦିବସ ପାଳନ ପରିପେକ୍ଷୀରେ ଓଟିଡିସିର ଚେୟାରମ୍ୟାନ ତଥା ବିଜେଡ଼ି ରାଜ୍ୟ ପ୍ରବକ୍ତା ଲେଲିନ ମାହାନ୍ତିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ତଥା ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଅତି କୁସ୍ଚିତ ଭାବେ ଗଣମାଧ୍ୟମ ମାଧ୍ୟମରେ ଏହାର ଗୁରୁତ୍ୱ ନାହିଁ ବୋଲି ବୟାନ ରଖିଛନ୍ତି, ଯାହା ସମଗ୍ର ଓଡ଼ିଆ ଜାତି ଓ ସଂସ୍କୃତିକୁ କୁଠାରଘାତ କରିଅଛି । ଉକ୍ତ ଘଟଣାର ପ୍ରତିବାଦରେ ଜଳେଶ୍ୱର ଭାଜପା ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜଳେଶ୍ୱର ସହରର ବାସନ୍ତୀ ପଡ଼ିଆଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଓଡ଼ିଆ ଭାଷା ଓ ଲେଖାର ଉତ୍ଥାନ ପାଇଁ କାର୍ଯ୍ୟ କରୁଛନ୍ତି, ନା ଅପମାନିତ କରିବା ପାଇଁ ଶପଥ ନେଇଛନ୍ତି? ବୋଲି ଦଳ ପ୍ରଶ୍ନ କରିଛି । ସରକାରୀ କାର୍ଯ୍ୟାଳୟଠୁ ଆରମ୍ଭ କରି ବେସରକାରୀ କାର୍ଯ୍ୟାଳୟରେ ଓଡ଼ିଆରେ ଚିଠି କରିବା ପାଇଁ ଆଦେଶ କଣ କେବଳ ପ୍ରହସନ? ଓଡ଼ିଶାବାସୀଙ୍କ ଅର୍ଥରେ ଉଭୟ ମନ୍ତ୍ରୀ ମହୋଦୟ ଓ ଓଟିଡିସିର ଅଧ୍ୟକ୍ଷ ଦରମା ନେଇ ବିଶ୍ୱ ଦରବାରରେ ଓଡ଼ିଆ ଭାଷା, ଲେଖା ଓ ସଂସ୍କୃତିକୁ ଅପମାନିତ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଆପଣଙ୍କ ମାଧ୍ୟମରେ ଦଳ ପ୍ରଶ୍ନ କରିଛି । ଓଡ଼ିଆ ଜାତି ଓ ଭାଷା ପ୍ରତି ଏଭଳି କୁତ୍ସିତ ମନୋଭାବକୁ ଭାଜପା ଦୃଢ଼ ନିନ୍ଦା କରିବା ସହିତ ମନ୍ତ୍ରୀ ମହୋଦୟ ଏପାଇଁ ସାରା ଓଡ଼ିଶାବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦଳ ଚେତାବନୀ ଦେଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସମୀର ପାତ୍ର,ବ୍ଲକ ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଜିଲ୍ଲା ଉପସଭାପତି ପ୍ରବୀର ପ୍ରଧାନ ଓ ସାବିତ୍ରୀ ଜେନା,ଯୁବନେତା ସିଦ୍ଧାର୍ଥ ଶଙ୍କର ପାଳ,ସୁମତି ରାଣୀ ଦେ,ତପନ ବିଶ୍ୱାଳ, ବିଶ୍ଵରୂପ ଦାସ, ରାମକୃଷ୍ଣ ସାହୁ, ସତ୍ୟବ୍ରତ ପଣ୍ଡା, ମନମୋହନ ଆଚାର୍ଯ୍ୟ, ଦେବଯାନୀ ଅଣ୍ଡିଆ, ସୁମତି ରଣା, ମୁକ୍ତାରାଣୀ ପାଳ, ରଶ୍ମିରେଖା ଜେନା,ସିଦ୍ଧେଶ୍ୱର ପଣ୍ଡା, ଅନନ୍ତ ଦାସ, ହେମନ୍ତ ଦାସ, ଦୀପକ ଚୌରାସିୟା, ଖୋକନ ଘୋଷ , ରାଜେନ୍ଦ୍ର ନାଥ ସିଂ, ରଞ୍ଜନ ପାତ୍ର, ନନ୍ଦନ ଦତ୍ତ,କମଳାକାନ୍ତ ଦେ ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Post a Comment