ତୁରେକେଲା ବ୍ଳକ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ


କଣ୍ଟାବାଞ୍ଜି ୨୩/୩ (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ) ପକ୍ଷରୁ ଏକ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧକାରୀଙ୍କୁ ପ୍ରଦାନ କରାଗଲା।ବର୍ତ୍ତମାନ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହୋଇଛି ତେଣୁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ଚତୁର୍ଥ ବର୍ଗରୁ ତୃତୀୟ ବର୍ଗକୁ ପଦୋନ୍ନତି ହେବେ ସେମାନେ ଅତି କମରେ ଏକ ବର୍ଷ ସମୟ ବ୍ୟବଧାନରେ ହେବାର ନିୟମ ରହିଛି କିନ୍ତୁ ସାରା ଜିଲ୍ଲାରେ ଜୁଲାଇମାସରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ହୋଇଥିଲା ଯାହାଫଳରେ ବର୍ତ୍ତମାନ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରୁ ବଞ୍ଚିତ ହେବାର ସମ୍ଭାବନା ଅଛି।ଯଦି ଆଉ ୩୭ଦିନ ପର୍ଯ୍ୟନ୍ତ ଧାର୍ଯ୍ୟ ତାରିଖକୁ ଘୁଞ୍ଚାଯାଏ ତେବେ ସମସ୍ତେ ଉପକୃତ ହୋଇପାରନ୍ତେ ତେଣୁ ଏକ ଦାବିପତ୍ର ତୁରେକେଲା ବ୍ଳକ ଶିକ୍ଷା ଅଧିକାରୀଙ୍କ ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ ଏବଂ ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ଭୁବନେଶ୍ୱର କୁ ପ୍ରଦାନ କରାଯାଇଥିଲା।ସଂଘର ସଭାପତି ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ନେତୃତ୍ୱରେ ଦାବିପତ୍ର ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ଶୀ ବୁଦ୍ଧଦେବ ବନ୍ଛୋରଙ୍କୁ ପ୍ରଦାନ କରାଯାଇଥିଲା।ଦାବି ପତ୍ର ପ୍ରଦାନ ସମୟରେ ସଂଘର ସଂପାଦକ ଜାନକୀରାମ ସାମବେଦମ, ପ୍ରେମରାଜ ପାଣିଗ୍ରାହୀ, ଦିପ୍ତୀରାଣୀ ଦାସ, ଅନୁପ କୁମାର ଦାସ, କୃତିବାସ ବରିହା, ମଣି ମାଝୀ, ଅର୍ଜୁନ ଧରୁଆ,ବିକାଶ ବର୍ଗେ,କାନ୍ତିଲତା ବର୍ଗେ,ସୀମା ମୁଗ୍ରୀ, ମଲ୍ଲିକ ଆବିଦ,ଶିବାନନ୍ଦ ମାଝୀ, ବିମଳ ଧରୁଆ,ମନୋଜ ବରିହା, ରାଜଦୀପ ପୁରୋହିତ, ନିହିରୁ ତାଣ୍ଡୀ, ଭବାନୀଶଙ୍କର ମାଝୀ, ଭରତ ମିର୍ଦ୍ଧା ଉପସ୍ଥିତ ଥିଲେ।

Post a Comment

Previous Post Next Post