ସୋନପୁର ନଗର ସ୍ୱୟଂ ସେବକ ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ପାଳିତ


ସୋନପୁର (ସର୍ଜନ କୁମାର ପାଣ୍ଡେ)  ରାଷ୍ଟ୍ରୀୟ ନବ ବର୍ଷ ପାଳନ ଅବସରରେ ନଗର ସ୍ୱୟଂ ସେବକ ପକ୍ଷରୁ ସୋନପୁର ଇ-ମୋଡେଲ ପବ୍ଲିକ ସ୍କୁଲ ରେ ଜିଲ୍ଲା ପର୍ଯ୍ୟାବରଣ ସଂଯୋଜକ କ୍ଷିର ସାଗର ବିଭାର ଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ପ୍ରସାଦୁ ପଧାନ ଅବସରପ୍ରାପ୍ତ ଶିକ୍ଷକ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ରାଜେଶ ସିଂ ବୌଦ୍ଧିକ ପ୍ରମୁଖ ଯୋଗଦାନ ସହ ସାମ୍ପ୍ରତିକ ଭାରତ ବର୍ଷ ରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ ର ଯଥାର୍ଥ,ଆଧ୍ୟାତ୍ମିକବାଦ ସହ ମାତୃଭାଷା ଉପରେ ନିଜ ନିଜର ମତବ୍ୟକ୍ତ ପୁର୍ବକ ଶିକ୍ଷାର୍ଥୀ ମାନଙ୍କୁ ରାଷ୍ଟ୍ରବାଦୀ ଚିନ୍ତନ ହୋଇ ରାଷ୍ଟ୍ର ନିର୍ମାଣ ରେ ସହଭାଗୀ ହେବାନେଇ ସମସ୍ତେ ମତବ୍ୟକ୍ତ କରିଥିଲେ । ଆଜି ଦିନରେ ବିଶ୍ୱ ଜଳ ଦିବସ ହୋଇ ଥିବାରୁ ଜିଲ୍ଲା ପର୍ଯ୍ୟାବରଣ ସଂଯୋଜକ ଶ୍ରୀଯୁକ୍ତ ବିଭାର ଜଳ ହିଁ ଜୀବନ ଉପରେ ପର୍ଯ୍ୟବେସିତ ତଥ୍ୟ ସହ ଜଳ ସଂରକ୍ଷଣ ଓ ଆବଶ୍ୟକତା ଓ ସନ୍ତୁଳିତ ଜଳ ବ୍ୟବହାର ଉପରେ ଆଲୋକପାତ କରିଥିଲେ । ଅଧିନସ୍ଥ ଅନୁଷ୍ଠାନ ର ଶିକ୍ଷାର୍ଥୀ ମାନେ ପରିବେଶ ସୁରକ୍ଷା ଜଳ,ମଞ୍ଜି,ଚାରା,ପଲିଥିନ ଉପରେ ଅନବରତ ଭାବେ କାର୍ଯ୍ୟକରି ଜନସଚେତନା ସୃଷ୍ଟି କରୁଥିବା କିଛି ଶିକ୍ଷାର୍ଥୀ ଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଶିକ୍ଷାର୍ଥୀ ମାନଙ୍କ ଉପସ୍ଥିତ ସଭା ପରିଚାଳନାରେ ଶିକ୍ଷୟିତ୍ରୀ ସିନା ସାଗର, ରୋହିତ କୁଆଁର, ସାଇଲକ୍ଷ୍ମୀ ଡାକୁଆ, ତପସ୍ୱିନୀ ମେହେର ପ୍ରମୁଖ ସହଯୋଗ କରିଥିବାବେଳେ ଶିକ୍ଷୟିତ୍ରୀ ଅନିତା ଦଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post