ରାସ୍ତା ତଳକୁ ଖସିଲା ମାଲ ବୋଝେଇ ଟ୍ରକ : ଡ୍ରାଇଭର ଓ ହେଲ୍ପର ଆହତ


ହରଭଙ୍ଗା :୧୫/୩ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ 57ନଂ ଜାତୀୟ ରାଜପଥ କଖାରୁ ଫାଳ ଠାରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଦୁର୍ଘଟଣା ହୋଇଥିବା ଜଣାପଡିଛି!ସୂଚନା ଅନୁଯାଇ ଝାରସୁଗୁଡା ରୁ ଲୁହା ପଥର ବୋଝେଇ (OD O7AA1047)ନଂ ଥିବା ଏକ ଟ୍ରକ ପାରାଦ୍ୱୀପ ଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା କଖାରୁ ଫlଳ ନିକଟରେ ଗତ କାଲି ବିଳମ୍ବିତ ରାତ୍ରିରେ ଭରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା!ଫଳରେ ଟ୍ରକ ଚାଳକ ଓ ହେଲ୍ପର ଆହତ ହୋଇଥିଲେ!ଆହତ ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଯାଇଥିଲା!ଡାକ୍ତର ଆହତ ଦୁଇଙ୍କ ସ୍ୱାସ୍ଥ୍ୟ ବସ୍ଥା ଭଲ ଥିବା ଦର୍ଶାଇ ଥିବା ବେଳେ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ଜଣା ପଡିଛି।

Post a Comment

Previous Post Next Post