ପାର୍କ ନିର୍ମାଣ ପାଇଁ ଅଧିକ ଅର୍ଥ ମଞ୍ଜୁର କରି ଶୀଘ୍ର ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଜିଲ୍ଲା ପରିଷଦ ସଭ୍ୟ


ଧର୍ମଗଡ ୧୫/୦୩ (ପ୍ରଦିପ ସେଠିଆ) ଧର୍ମଗଡ ବ୍ଲକ୍ ଛିଲିପା ପଞ୍ଚାୟତର ଛିଲୀପା ଡଙ୍ଗର ଠାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏକ ପାର୍କ ସହ ସୌନ୍ଦର୍ଯ୍ୟ କରଣ କାମ ଚାଲୁ ରହିଅଛି । ଏଠାକୁ ବର୍ଷର ପ୍ରତ୍ୟେକ ସମୟ ରେ ଲୋକଙ୍କ ଆଗମନ ଦେଖିବାକୁ ମିଳିବା ସହିତ ଲୋକେ ପିକନିକ ପାଇଁ ମଧ୍ୟ ଆସିଥାନ୍ତି । ତେବେ ଏଠାରେ ନିର୍ମାଣାଧୀନ ଥିବା ପାର୍କ ଏବଂ ସୌନ୍ଦର୍ଯ୍ୟ କରଣ କାମ ବହୁତ୍ ଶିଥିଲତାରେ ଚାଲିଥିବା ଯୋଗୁଁ ଧର୍ମଗଡ ୧ ନମ୍ୱର୍ ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କୁ ଭେଟି ଅଧିକ ଅର୍ଥ ମଞ୍ଜୁର କରିବା ସହ ଶୀଘ୍ର କାମ ସାରିବାକୁ ଦାବି କରିଛନ୍ତି । ଶ୍ରୀ ମହାନନ୍ଦ ସବୁ ବେଳେ ଗରିବ ଅସହାୟ ଲୋକଙ୍କ ସହ ଛିଡ଼ା ହେବା ସହିତ ଅଞ୍ଚଳର ସମସ୍ୟା ସମାଧାନ କରିବାକୁ ତତ୍ପର ରହିବା ଏବଂ ଡଙ୍ଗର ରେ ପାର୍କ ନିର୍ମାଣ ସହ ସୌନ୍ଦର୍ଯ୍ୟ କରଣ ପାଇଁ ଦାବି କରି ଅଧିକ ଅର୍ଥ ମଞ୍ଜୁର ଦାବିକୁ ଅଞ୍ଚଳରେ ପ୍ରଶଂସା କରିଛନ୍ତି ।

Post a Comment

Previous Post Next Post