ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ନିର୍ବାଚନ


ଖଡ଼ିଆଳ,(ପରମେଶ୍ବର ମେହେର) ଖଡ଼ିଆଳ ସ୍ଥିତ କ୍ଷତ୍ରିୟ ଭବନ ଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଉକ୍ତ ନିର୍ବାଚନରେ ଜିଲ୍ଲା ସଭାପତି ଭାବେ ଯଶୋବନ୍ତ ନାରାୟଣ ପଣ୍ଡା, ଉପସଭାପତି ଦ୍ବୟ ଚୂରନ ଲାଲ ସାହୁ ଓ କଲ୍ଯାଣୀ ବିଶ୍ଵାଳ, ସାଧାରଣ ସମ୍ପାଦକ ଭାବେ ଧନୁ ବାଗ,ସଂଗଠକ- ହୃଦାନନ୍ଦ ମେହେର, ଯୁଗ୍ମସଂପାଦକ ତ୍ରୟ ମୀନକେତନ ନିଆଲ ସଞ୍ଜୟ ପାଢି ଓ ବିଜୟ କୁମାର ମଲ୍ଲିକ, କୋଷାଧ୍ୟକ୍ଷ- ଭାରତ ବାଗ, ସଂଯୋଜକ- ଗଜରାଜ ବଇଠାରୁ, ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଉକ୍ତ ସଭାରେ ନିର୍ବାଚନ କରିବାକୁ ରାଜ୍ୟ ସଂଘ ରୁ ପ୍ରତିନିଧିତ୍ଵ କରୁଥିବା କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ସର୍ବଶ୍ରୀ ଧୀରେନ୍ଦ୍ର ପଟନାୟକ, ବିରେନ୍ଦ୍ର ବାଗ, ଉପେନ୍ଦ୍ର ପ୍ରଧାନ, ଦିଲୀପ ଖାମ୍ ସେନ୍, ଅମରେନ୍ଦ୍ର ପଟ୍ଟନାୟକ ନିର୍ବାଚନ ପରିଚାଳନା କରିଥିବା ସ୍ଥଳେ ମାନସ ପଦ୍ମ ପଣ୍ଡା, ବୈଷ୍ଣବ ଦୁରିଆ, ଚନ୍ଦ୍ର କୈବର୍ତ୍ତ, ସରୋଜ ଅଗସ୍ତି, କଲ୍ଯାଣୀ ବିଶ୍ଵାଳ ମଞ୍ଚାସୀନ ଥିଲେ, କର୍ଯ୍ୟକାରୀ ଜିଲ୍ଲା ସଭାପତି ଯଶୋବନ୍ତ ପଣ୍ଡା ସଭାପତିତ୍ବ କରିଥିଲେ ଓ ଜିଲ୍ଲା ସମ୍ପାଦକ ଧନୁ ବାଗ ସଭାର ଉଦ୍ଦେଶ୍ଯ ଜ୍ଞାପନ କରିଥିବା ବେଳେ ଶଙ୍କର ପୁରୋହିତ ମଞ୍ଚ ପରିଚାଳନା କରିଥିଲେ, ଏହି ସଭାରେ ଭାରତଭୂଷଣ ଖମାରି, ରୂପା ବାଗ, ଧର୍ମ ବୀର୍ ରାଉତ, ମମତା ପାଢି, ପ୍ରମୋଦ ମିଶ୍ର, ହିଙ୍ଗୁଳା ମାଝୀ, ଯଜ୍ଞ ମହାନ୍ତି,ସୁବ୍ରତା ଦାଶ, କୁନ୍ତୀ ଶବର, ମକର ଧ୍ଵଜ ବାରିକ, ଶ୍ୟାମ ଦଣ୍ଡସେନା ସାଙ୍ଗକୁ ସମସ୍ତ ବ୍ଲକ୍ ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Post a Comment

Previous Post Next Post