ଓଁମ ସାଇ ପବ୍ଲିକସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସଵ ଅନୁଷ୍ଠିତ


ଖଡ଼ିଆଳ : (ଆଜତକ୍ ଓଡ଼ିଶା) ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ଅଗ୍ରସେନ ଭବନ ପରିସରରେ ସାଇ ପବ୍ଲିକ ସ୍କୁଲ ର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ନିର୍ଦେଶକ ଅନିଲ କୁମାର ମେହେର ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବ୍ଲକ ଅଧକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳୀ ନନ୍ଦ, ସମ୍ମାନିତ ଅତିଥି ନୂଆପଡା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ସାମ୍ବାଦିକ ମାୟାଧର ସରାଫ ଥିବାବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସାମୁଏଲ ଦାନୀ ଯୋଗଦାନ କରିଥିଲେ । ସ୍କୁଲ ଅଧକ୍ଷ କ୍ଷୀରୋଦ ବିଶି ବାର୍ଷିକ ବିବରଣୀ ପଠନ କରିଥିଲେ । ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Post a Comment

Previous Post Next Post