ନୂଆପଡ଼ା (ପରମେଶ୍ୱର ମେହେର) ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରଦା ଓ ବୈଧ ମାପ ବିଜ୍ଞାନ ବିଭାଗ ନୂଆପଡ଼ା ଙ୍କ ମିଳିତ ସହଯୋଗରେ ଜଡ଼ମୁଣ୍ଡା ଗ୍ରାମପଞ୍ଚାୟତ ରେ ବିଶ୍ୱ ଉପଭୋକ୍ତା ସୁରକ୍ଷା ଦିବସ ପାଳିତ ହୋଇଯାଇଛି।ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବରେ ପୃଥିରାଜ ହାସଦା, ଜିଲ୍ଲା ବୈଧ ମାପ ବିଜ୍ଞାନ ଅଧିକାରୀ ନୂଆପଡ଼ା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସୁପ୍ରକାଶ ମାଳୀ ଅତିରିକ୍ତ ବୈଧ ମାପ ମାପ ଅଧିକାରୀ ,ରୁଦ୍ରଚରଣ ପଟ୍ଟନାୟକ ଅଧକ୍ଷ, ପରଦା ଓ ସୁରୁ ସିଂ ମାଝୀ ପୂର୍ବତନ ସରପଞ୍ଚ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଅକ୍ଷୟ ନାଗ ପରିଚାଳନା କରିଥିଲେ।ପ୍ରଥମେ ପୃଥ୍ୱୀରାଜ ହସଦା ବକ୍ତବ୍ୟରେ ଗ୍ରାମାଞ୍ଚଳରେ କିଣା ବିକା କରୁଥିବା ଓଜନ ମାପ ଓ ବଟକରା କୁ କିପରି ବ୍ୟବହାର କରୁଛନ୍ତି ସେ ଉପରେ ବିଶଦ ଭାବରେ ଅବଗତ କରାଇଥିଲେ ଏବଂ ଓଜନ ମେସିନ/ ବଟ କରା ର ପ୍ରମାଣ ପତ୍ର ଦେଖାଇ ଓଜନ ର ସଠିକ ମୂଲ୍ୟାଙ୍କନ ଉପରେ ଓଜନ କରି ଦେଖାଇଥିଲେ। ସେହିପରି ସୁପ୍ରକାଶ ମାଳୀ ଉପଭୋକ୍ତା ମାନଙ୍କର ସୁରକ୍ଷା ଉପରେ ଜଣାଇଥିଲେ ଓ କିଣାବିକା ସମୟ ରେ ସଠିକ ମୁଲ୍ୟ ର ସାମଗ୍ରୀ ଆଣିବା ସଂଗେ ବିଲ କୁ ଆଣିବା ପାଇଁ ସଚେତନତା ବାର୍ତା ଦେଇଥିଲେ।ପରଦା ଅଧକ୍ଷ ରୁଦ୍ର ଚରଣ ପଟ୍ଟନାୟକ ଗ୍ରାମାଞ୍ଚଳରେ ରହୁଥିବା ସମସ୍ତ ଖାଉଟି ମାନଙ୍କର କିଣାବିକା କରୁଥିବା ସମୟ ରେ ଠକାମୀ ର ଶିକାର ନହେବା ପାଇଁ ସୂଚନା ପ୍ରଦାନ କରିଥିଲେ। ଏହାବ୍ୟତୀତ ଜିଲ୍ଲା ସ୍ତରୀୟ ଖାଉଟି ଅଦାଲତ ରେ ଆଶ୍ରୟ ନେଇ ପାରିବେ ବୋଲି ଦିଗଦର୍ଶନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଂଚଳର ସତାଧିକ ପୁରୁଷ ଓ ମହିଳା ମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ଅଶୋକ କାଠର ଏବଂ କ୍ଷୀରସିନ୍ଧୁ ମାଝୀ ସହଯୋଗ କରିଥିବା ବେଳେ ପରିଷେସ ରେ ବେଦରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment