ବାଲେଶ୍ୱର (ପ୍ରଭାକର ମଲ୍ଲିକ) ନାକିଛୁଆଁ ପଞ୍ଚାୟତର ସ୍ଥିତ ଶ୍ୟାମାନନ୍ଦପୁର ବଜରଙ୍ଗବାଲି ୟୁଥ କ୍ଲବ ଦ୍ବାରା ଆୟୋଜିତ ଶ୍ୟାମାନନ୍ଦପୁର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଘାଟିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟରେ ୬ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଉଦଯାପନୀ ମ୍ୟାଚ ମାମା ଏଲେଭେନ ଓ ଡିକେ ଲାୟନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଫାଇନାଲ ମ୍ୟାଚରେ ମାମା ଏଲେଭେନ ଟସ ଜିଣି ନିର୍ଦ୍ଧାରିତ ୧୨ ଓଭରରେ ୭ ଓ୍ବିକେଟ ହରାଇ ,୧୩୬ ରନ ସଂଗ୍ରହ କରିଥିଲେ।ଜବାବରେ ଡିକେ ଲାୟନ୍ସ କ୍ଲବ ୧୧ ଓଭର ୧ ବଲ ଖେଳି ୧୩୮ ରନ ଓ ୩ ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲା। ପୁରସ୍କାର ବିତରଣୀ ଉତ୍ସବରେ ସୁରେନ୍ଦ୍ର ମହାନ୍ତିଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ସିଦ୍ଧେଶ୍ୱର ଆଳଙ୍କାର ମାଲିକ ଭୁବନ ଚନ୍ଦ୍ର ରଣା ,ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ବେଣୁ ଧର ଚଣ୍ଡ ,ସମ୍ମାନିତ ଅତିଥି ଭାବେ ନକିଚୁଆଁ ସରପଞ୍ଚ ରୁଣ୍ଡୁ ହାଁସଦା, ଅବସର ପ୍ରାପ୍ତ ଶିକ୍ଷକ କାଳିକିଙ୍କର ସାମଲ,ତରୁଣ କୁମାର ଦେ,ମାନସ କୁମାର ସୋରେନ, କାମଳ ଲୋଚନ ଦାସ,ଶିକ୍ଷକ ଲକ୍ଷ୍ମଣ ସରେନ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।ମୁଖ୍ୟ ଅତିଥି ଭୁବନ ଚନ୍ଦ୍ର ରଣା ଚାମ୍ପିଅନ ଡ଼କେ ଲାୟାନ୍ସ କ୍ଳବକୁ ପୁରସ୍କାର ରାଶି ୧୮ହଜାର ଟଙ୍କା ସହ ଟ୍ରଫି ଓ ରାନାର୍ସଅପ ମାମା ଏକାଦଶ କ୍ଳବକୁ ମୁଖ୍ୟ ବକ୍ତା ବେଣୁ ଧର ଚଣ୍ଡ ୧୫ ହଜାର ସହ ଟ୍ରଫି ପ୍ରଦାନ କରିଥିବା ବେଳେ ମେନ ଅଫ ଦ ସିରିଜ୍ ଭାବେ ମାମା ଏକାଦଶର ବିକାଶ ଜେନା,ଦିକେ ଏକାଦଶର କାଳିଆ ବାଗଙ୍କୁ ମେନ ଅଫ ଦ ମ୍ୟାଚ ଏବଂ ବେଷ୍ଟ ବ୍ୟାଷ୍ଟ ମେନ ଭାବେ କାଳିଆ ବାଗଙ୍କୁ ସିଲ ଦେଇ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚକୁ ଦୀନବନ୍ଧୁ ପାତ୍ର ଓ ସୁମନ୍ତ ଭୂୟାଁ ପରିଚାଳନା କରିଥିଲେ ବେଳେ ସରୋଜ କୁମାର ବେହେରା ଓ ଚିତ୍ତରଞ୍ଜନ ଦାସ ଖେଳର ବିବରଣୀ ପ୍ରଦାନ କରିଥିଲେ।କ୍ଲାବର ସଭାପତି ସନ୍ତୋଷ ଦେ,ସମ୍ପାଦକ ମଳୟ ଶଙ୍କର ମହାନ୍ତି ଙ୍କ ସହ କ୍ଲବ ସମସ୍ତ ସଦସ୍ୟ ଉପସ୍ଥିତି ରହି ସୁଚାରୁ ରୂପେ ପରିଚାଳନା କରିଥିଲେ।

Post a Comment