ରୋୟଲ କ୍ଲବ ଦ୍ୱାରା ବିଶ୍ୱ ଜଳ ଦିବସ ପାଳିତ


ନୂଆପଡ଼ା,(ରିଖିରାମ ଦଳ) ନୂଆପଡା ଜିଲ୍ଲା କୋମନା ବ୍ଲକ ଗନିଆରୀ ରୋୟଲ କ୍ଲବ ଓ ନେହେରୁ ଯୁବ କେନ୍ଦ୍ର ନୂଆପଡା ଆନୁକୂଲ୍ୟରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । ପ୍ରଥମେ ଜଳ ର ସୁରକ୍ଷା ତଥା ସଦବିନିଯୋଗ ପାଇଁ ଶପଥ ନିଆଯାଇଥିଲା ଏହିଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ବିରାଟ ବାଗ (ମାନୀଗୁଡା ସରପଞ୍ଚ) ଗାଁ ୱାର୍ଡ ମେମ୍ବର-୧୧ ଶ୍ରୀ ପିତାମ୍ବର ଅଦା, ସମ୍ମାନୀତ ଅତିଥି ଶ୍ରୀ ଗିରିଧାରୀ ଧରୁଆ(ୱାର୍ଡ ମେମ୍ବର -୧୦) ଶ୍ରୀ ଲୋହିତାକ୍ଷ ପୋଡ଼ (ଲୋକ ଦୃଷ୍ଟି Teacher ଗନିଆରୀ ) ପ୍ରମୁକ ଅତିଥି ଭାବରେ ଯୋଗ ଦାନ କରିଥିଲେ। ଏହି ଅବସରେ ଗାଁ ଛାତ୍ର ଛାତ୍ରୀ ଙ୍କୁ ନେଇ କି ଚିତ୍ରଙ୍କନ ଓ ଗୀତ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଚିତ୍ରଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ-ନନ୍ଦିନୀ ଅଦା,ଦ୍ବିତୀୟ ସ୍ଥାନ-ହେମଲତା ଥପା, ତୃତୀୟ ସ୍ଥାନ-ସଂଯୁକ୍ତା ନାଗ, ଓ ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ-ଗୀତାଞ୍ଜଳି ହଂସ, ଦ୍ଵିତୀୟ ସ୍ଥାନ-ବିମଳା ନିଆଲ, ତୃତୀୟ ସ୍ଥାନ-କମଳା ନାଗ, ପ୍ରମୂଖ ପୁରସ୍କୃତ ହୋଇଥିଲେ । ରୋୟଲ କ୍ଲବ ସଦସ୍ୟ ଟିକେଶ୍ୱର ହଂସ,ଥୟାରାମ ହଂସ,ରାମେଶ୍ୱର ନାଗ, ମୋହନ ହଂସ,ଉମେଶ ହଂସ,ସହଦେଵ ଥପା, ଦୀପକ ବାଗ,ରୀଙ୍କୁ ନିଆରୀ, ଜୟନ୍ତ ନାଗ, କୁଳମଣି ଅଦା ରୁଦ୍ର ହଂସ,ଯଶୋବନ୍ତ ହଂସ,ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post