ରାଜ ରାସ୍ତାରେ ଡ୍ରାଇଭର : ରାଜ୍ୟ ମହାସଂଘ ନିଷ୍ପତି କ୍ରମେ ହରଭଙ୍ଗା ବ୍ଲକ ଡ୍ରାଇଭର ମହାସଙ୍ଘ ର ଶାନ୍ତିପୁର୍ଣ ଗଣଧାରଣା


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଦିଆଯାଇଥିବା ୧୦ ଦଫା ଦାବୀ ବନ୍ଦ ଡାକରା ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଡ୍ରାଇଭର ମହାସଙ୍ଘ ବନ୍ଦ ଡାକରା କୁ ସମର୍ଥନ ଜଣାଇ ବୁଧବାର ଦିନ ଚାରିଛକ ସ୍ଥିତ ହାଟପଦା ଠାରେ ଶାନ୍ତି ପୁର୍ଣ ଗଣଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । ବୁଧବାର ଦିନ ବ୍ଲକ ର ଶତାଧିକ ଡ୍ରାଇଭର ଉକ୍ତ ଗଣଧାରଣା ସ୍ଥଳକୁ ପହଁଚି, ନିଜର ହକ ଲଢେଇପାଇଁ ନାରାବାଜି ଦେବାସହ, ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଥିବା ଜଣାପଡିଛି । ଏହି ଗଣଧାରଣା ସମୟ ରେ ସଙ୍ଘ ପକ୍ଷରୁ ସ୍କୁଲ ବସ, ଆମ୍ବୁଲାନ୍ସ ସମେତ ଜରୁରୀ କାଳୀନ ଯାନ ଗୁଡିକ ଛାଡି ଦେଇଥିବା ବେଳେ ଓଡିଶା ଡ୍ରାଇଭର ସଙ୍ଘ ର ସଦସ୍ୟ ଥିବା କେତେକ ଡ୍ରାଇଭର ଆମାନ୍ୟ ହୋଇ ରାସ୍ତା ରେ ଗାଡି ଚଳାଇ ଯାଉଥିବା ଦେଖିବାକୁ ପାଇ ସୌଜନ୍ୟ ଭାବେ ବୁଝା ସୁଝା କରି ହରଭଙ୍ଗା ଡ୍ରାଇଭର ସଙ୍ଘପକ୍ଷରୁ ଉକ୍ତ ଡ୍ରାଇଭର ଭାଇ ମାନଙ୍କୁ ଅଟକାଇ ଫୁଲମାଲ ଓ କଦଳୀ ଖାଇବାକୁ ଦେଇ ଛାଡୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ବନ୍ଦ ଡାକରା ରେ ବ୍ଲକ ଉପ ସଭାପତି ସୁଜିତ ଗାଈଗୌରିଆ, ସମ୍ପାଦକ ରଂଜିତ ବେହେରା, ସହ ସମ୍ପାଦକ ବିଜୟ ମଲ୍ଲିକ, କୋଷାଧକ୍ଷ ଗଣେଶ ବେହେରା, ଙ୍କ ସମେତ ୨୨ ଗୋଟି ପଞ୍ଚାୟତ ର ପ୍ରାୟ ୧୫୦୦ରୁ ଉର୍ଦ୍ଧ ଡ୍ରାଇଭର ଭାଇ ମାନେ ଯୋଗ ଦେଇଥିବା ବେଳେ ବନ୍ଦ ଡାକରାକୁ ଦୃଷ୍ଟି ରେ ରଖି ଶାନ୍ତି ପୁର୍ଣ ଶୃଙ୍ଖଳା ପାଇଁ ପୁରୁଣା କଟକ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ତା କରାଯାଇଥିବା ଦେଖିବାକୁ ମିଳିଥିଲା।

Post a Comment

Previous Post Next Post