ଫୁଲଝେର ଗ୍ରାମବାସି ଏବଂ LDA ତରଫରୁ ରାଜରାସ୍ତା ବନ୍ଦ


ଖପ୍ରାଖୋଲ :୧୫/୦୨ (ଗଣେଶ ଦାସ ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମ ପଞ୍ଚାୟତରେ ନୂତନ ପଞ୍ଚାୟତର କାର୍ଯାଳୟ ପାଇଁ ଫୁଲଝେର ଛକ ଠାରେ ଫୁଲଝେରର ଗ୍ରାମ ବାସି ଏବଂ LDA ତରଫରୁ ଖପ୍ରାଖୋଲ ରୁ ଲାଠୋର ଯିବା ଫୁଲଝେର ଛକ ଠାରେ ରାସ୍ତାକୁ ବନ୍ଦ କରାଯାଇଛି ।

ସୂଚନାଯାୟୀ,ମାଳପଡା ଗ୍ରାମ ପଞ୍ଚାୟତରେ ଥିବା ମାଲପଡ଼ା, ଫୁଲଝେର, କହ୍ନଇ ଛାପର, ଜଳ ପାଙ୍କେଲ, ଜାମ ଚୁଆଁ ଗ୍ରାମ ଥିବା ଏହି ୫ ଟି ଗ୍ରାମ ମଧ୍ୟସ୍ଥି ଯାଗା ଅର୍ଥାତ ଫୁଲଝେର ଛକ ଠାରେ ନୂତନ ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ହେବା ପାଇଁ ଆଜି ରାଜ ରାସ୍ତାକୁ ବନ୍ଦ କରା ଯାଇଛି । ରାସ୍ତା ବନ୍ଦ ହେବା ଦ୍ୱାରା ଜନସାଧାରଣ ଯିବା ଆସିବା ରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ ଆସି ଆନ୍ଦୋଳନ କାରିଙ୍କୁ ବୁଝା ସୁଝା କରିବା ସହିତ ସାତ ଦିନର ସମୟ ମାଗିଥିଲେ । ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ପ୍ରତ୍ୟାହୃତ ହୋଇଥିଲା । ଏହା ପରେ ପରେ ଯାନ ବାହାନ ଚଲା ଚଳ ସ୍ୱଭାବିକ ହୋଇଥିଲା । ଖପ୍ରାଖୋଲ ମାଜିଷ୍ଟ୍ରେଟ ଭାବରେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ ଓ ଖପ୍ରାଖୋଲ ଥାନା ଏସଆଇ ଗୋପୀନାଥ ମହାକୁଡ଼ ସଦରବଳ ଉପସ୍ଥିତ ଥିଲେ ।

Post a Comment

Previous Post Next Post