କେବଳ ସୋସିଆଲ ମିଡ଼ିଆ ରେ ରେଳ ଆସୁଛି, ପ୍ରତିଶ୍ରୁତି ର କୈାଣସି ମୂଲ୍ୟ ରଖୁ ନାହାଁନ୍ତି କଳାହାଣ୍ଡି ସାଂସଦ


ଧର୍ମଗଡ ୧୫/୦୨ (ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲାର ଜୁନାଗଡ ରୁ ଧର୍ମଗଡ଼ ପର୍ଯ୍ୟନ୍ତ ରେଳ ସମ୍ପ୍ରସାରଣ ହେବା ନେଇ ଆଶା ବାନ୍ଧିଥିଲେ ଧର୍ମଗଡ଼ ଅଞ୍ଚଳ ବାସୀ ହେଲେ ସବୁ ଆଶା ଫସର ଫାଟିଗଲା। ଶେଷରେ ନିରାଶ କରିଛି ବଜେଟ ଯାହା କୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଖାଲି ସୋସିଆଲ ମିଡିଆରେ ଜୁନାଗଡ ରୁ ଧର୍ମଗଡ଼ କୁ ରେଳ ଆସୁଛି କିନ୍ତୁ ପ୍ରକୃତରେ ଧର୍ମଗଡ଼ ବାସୀ ରେଳ ଦେଖି ପାରିଲେ ନାହିଁ କି ବସିଲେ ନାହିଁ କିନ୍ତୁ ସ୍ବପ୍ନ ପୂରଣ ହୋଇ ପାରିଲା ନାହିଁ ପ୍ରତିଶ୍ରୁତି ର କୈାଣସି ମୂଲ୍ୟ ରଖୁ ନାହାଁନ୍ତି କଳାହାଣ୍ଡି ସାଂସଦ, ଗତ ୨୦୨୧ ଡିସେମ୍ବର ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଧର୍ମଗଡ଼ ଠାରେ ପ୍ରେସମିଟ୍  କରି ସର୍ଭେ ଓ ସାଇଡ ସିଲେକସନ୍ ପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ୨ କୋଟି ୯୫  ଲକ୍ଷ୍ୟ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ସୂଚନା ଦେଇଥିଲେ, କିନ୍ତୁ ଧର୍ମଗଡ଼ ବାସୀ କୁ ଠକି ଚାଲିଛି କଳାହାଣ୍ଡି ସାଂସଦ, ଏପରିକି ବିଜେପି ଲୋକ ଙ୍କୁ ମିଥ୍ୟା କହିବାରେ ପାରଙ୍ଗମ କହିବା ସହ ରେଳ ମନ୍ତ୍ରୀ ଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗତ ୨୦୨୧ ରେ ଜନ ଆଶୀର୍ବାଦ ଯାତ୍ରା ସମୟରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ କଳାହାଣ୍ଡି ଗସ୍ତ ସମୟରେ ଧର୍ମଗଡ଼ ବାସୀ ରେଳ ମନ୍ତ୍ରୀ ଙ୍କୁ ରେଳ ସମ୍ପ୍ରସାରଣ ପାଇଁ ଦାବି କରିଥିବା ବେଳେ ଏହାର କିଛି ମାସ ପରେ କଳାହାଣ୍ଡି ସାଂସଦ ଧର୍ମଗଡ଼ ଠାରେ ପ୍ରେସ ମିଟ୍ କରିଥିଲେ,ଓ ଲୋକ ଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ ସତ୍ୟ କଥା ଏବେ ପଦା ଜଣା ପଡ଼ିଲା, ଧର୍ମଗଡ଼ ର ବିଭିନ୍ନ ସଂଘ ଗଠନ ଅଞ୍ଚଳ ବାସୀ ପ୍ରତି ହୋଇଥିବା ଅନ୍ୟାୟ ବିରୋଧ ରେ ଆନ୍ଦୋଳନ କରିବା କୁ ସଜବାଜ ହେଉଥିବା ଶୁଣାଯାଉଛି। ଜୁନାଗଡ ରୁ ଧର୍ମଗଡ଼ କୁ ରେଳ ସଂଯୋଗ କରିଲେ ଅଞ୍ଚଳ ର ବିକାଶ ହୋଇପାରିବ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି ।

Post a Comment

Previous Post Next Post