ବାଇକ୍ କୁ ପିଟିଲା ଟ୍ରକ୍,ଘଟଣା ସ୍ଥଳରେ ବାପ ପୁଅ ମୃତ


ନୂଆପଡା - ୧୬/୦୨ (ପରମେଶ୍ବର ମେହେର) ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।। ବାଇକ୍ କୁ ପିଟିଲା ଟ୍ରକ୍, ଘଟଣା ସ୍ଥଳରେ ବାପ ପୁଅ ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।। ବାଇକ୍ ଆରୋହୀ କୋମନା ଥାନା ମିଛାପାଲି ଗାଁର କମଳ ପାଟକୀନାରା (୩୫) ଓ ତାଙ୍କ ପୁଅ ଦୀପକ୍ ପାଟକିନାରା (୫) ବର୍ଷ ବୋଲି ଜଣାପଡ଼ିଛି।। ଘଟଣା ସ୍ଥଳରେ ଲଖନା ପୋଲିସ୍ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ଅଟକ ରଖିବା ସହ ଶବ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। 

Post a Comment

Previous Post Next Post