ଭବାନୀପାଟଣା :(ଶ୍ୟାମସୁନ୍ଦର ମାଝୀ),କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଦୈନିକ ଖବର କାଗଜର ସାମ୍ବାଦିକ କିଶନ ପଟ୍ଟନାୟକ ଙ୍କୁ ଖବର ସଂଗ୍ରହ ବେଳେ ହୋଇଥିବା ଆକ୍ରମଣ ଘଟଣାରେ ବୁଧବାର ଏସୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥି ସହିତ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।ସୂଚନା ଅନୁସାରେ, ଗତ ସୋମବାର ଦିନ ବ୍ଳକର ବରାଡଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ତେବେ ସାମ୍ବାଦିକ କିଶନ କୁମାର ପଟ୍ଟନାୟକ ସେଠାକୁ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ।ତେବେ ପଞ୍ଚାୟତ କାର୍ଯ୍ୟାଳୟର ବିଭିନ୍ନ ସ୍ଥାନରେ ମଦ ବୋତଲ ଗଡୁଥିବା ଦେଖିବାକୁ ପାଇଁ ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସତୀଶ ରଥଙ୍କ ପ୍ରତିକ୍ରିୟା ଲୋଡିଥିଲେ। ଏହି ସମୟରେ ସେ ରାଗି ଯାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ସାମ୍ବାଦିକ ଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ।ଏହାକୁ ନେଇ ସାମ୍ବାଦିକ ଜଣଙ୍କ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ତେବେ କାର୍ଯ୍ୟରତ ସାମ୍ବାଦିକ ଆକ୍ରମଣ ଘଟଣା କୁ ନିନ୍ଦା କରି କଳାହାଣ୍ଡି ଏସୟୁଜେ ସାମ୍ବାଦିକ ସଂଘର ସଭାପତି ମହମ୍ମଦ ଅଲ୍ଲୀଙ୍କ ନେତୃତ୍ବରେ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ସଂପୃକ୍ତ ପିଇଓ ଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଏହି ସମୟରେ ସାମ୍ବାଦିକ କିଶନ ପଟ୍ଟନାୟକ ସମେତ ଏସୟୁଜେ ରାଜ୍ୟ ସାମ୍ବାଦିକ ସଂଘ ଉପସଭାପତି ଦୁଷ୍ମନ୍ତ ପଣ୍ଡା, ଏସୟୁଜେ କଳାହାଣ୍ଡି ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜଗମୋହନ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଚକ୍ରଧର ବେଶ୍ରା, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଜଗଦୀଶ ନାଏକ, ସାମ୍ବାଦିକ ବିଜୟ ପଣ୍ଡା, ରଜନୀ କାନ୍ତ ଛତ୍ରିଆ, ରଘୁମଣି ପୁଝାରୀ, ହର୍ଷବର୍ଦ୍ଧନ ପାଣିଗ୍ରାହୀ, ହରିହର ଛତ୍ରିଆ, ପରମାନନ୍ଦ ଛତ୍ରିଆ, ତ୍ରୈଲୋକ୍ୟ ବେଶ୍ରା, ଡମ୍ବରୁଧର ଦୁର୍ଗା ସମେତ ଜିଲ୍ଲାର ବିଭିନ୍ନ ବ୍ଳକରୁ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ଏନେଇ ଆମପାଣି ଥାନାରେ ଏକ ମାମଲା ରୁଜୁ ହୋଇଛି ଓ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଚତୁର୍ଭୁଜ ନାଏକ କହିଛନ୍ତି।

Post a Comment