ଧର୍ମଗଡ ୧୬/୦୨ (ପ୍ରଦିପ ସେଠିଆ) : ଧର୍ମଗଡ ସହରରେ ଦିନକୁ ଦିନ ଜନସଂଖ୍ୟା ବାଡୁଥିବାରୁ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଲୋକେ ରାସ୍ତା ଉପରେ ଗାଡ଼ି ମୋଟର ପାର୍କିଂ କରିଥିବା ଦେଖିବାକୁ ମିଳୁଚି । ଟ୍ରାଫିକ ନିୟମ କୁ କେହି ମାନୁ ନ ଥିବାରୁ ଅନେକ ଛୋଟ ବଡ଼ ଦୁର୍ଘଟନା ର ସମସ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଗୁରୁତ୍ବପୂର୍ଣ୍ ଛକ ମାନଙ୍କରେ ଟ୍ରାଫିକ ପୋଲିସ ହାତ ରେ ନିୟତ୍ରଣ ରହିବା କଥା କିନ୍ତୁ ତାହା ହୋମଗାଡ ହାତ ରେ ଟ୍ରାଫିକ ନିୟତ୍ରଣ ବ୍ୟବସ୍ଥା ଛାଡ଼ି ଦେଇ ଟ୍ରାଫିକ ପୋଲିସ ଆରାମ ଛିଡ଼ା ହୋଇ ଥିବା ଦେଖା ଯାଉଛି। ଟ୍ରାଫିକ ସମସ୍ୟା ଉପରେ ବାରମ୍ବାର ଅଭିଯୋଗ ହୋଇ ଓ ଖବର କାଗଜ ରେ ପ୍ରକାଶ ପାଇ ବା ପରେ ସ୍ଥାନୀୟ ବିଧାୟକ ମୋଷଧି ବାଗ ତତ୍କାଳୀନ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସହରରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି କହିଥିଲେ । ପ୍ରାୟ ୩୫ ରୁ ଅଧିକ ଉଚ୍ଚ ସିସିିଟିଭି ବିଭିନ୍ନ ଛକ ଠାରେ ଲଗା ଯିବ ବୋଲି କହିଥିବା ବେଳେ ବର୍ତମାନ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନଥିବା ଦେଖା ଦେଇଛି। ଧର୍ମଗଡ ରାସ୍ତା କଡ ଦୁଇ ପାର୍ଶ୍ଵ ରେ ଅନେକ ବ୍ୟାଙ୍କ ସହ ଏଟିଏମ୍ ରହିଛି । ହେଲେ ବ୍ୟାଙ୍କ ପାଖରେ ପାର୍କିଂ ବ୍ୟବସ୍ଥା ନଥିବାରୁ ଦୌନିକ ଶହ ଶହ ଗାଡି ମଟର ରଖି ଗ୍ରାହକ ମାନେ ବ୍ୟାଙ୍କ କାମ କରୁଛନ୍ତି । ଏପରିକି ଧର୍ମଗଡ ରେ ସୋମବାର ଓ ଶୁକ୍ରବାର ଧର୍ମଗଡ ର ସାପ୍ତାହିକ ବଜାର ହୋଉଥିବା ରୁ ପାର୍କିଂ ସମସ୍ୟା ଗୁରୁତ୍ଵ ର ଦେଖା ଯାଇଥାଏ ।ପୁଣି ଅଞ୍ଚାଲରେ ଅସମାଜିକ କାର୍ଯ୍ୟକଲାପ ବଢ଼ିବାରେ ଲାଗିଛି । ସିସିଟିଭି କ୍ୟାମେରା ଲାଗିବ ପରେ ଚୋର ଲୁଟେରା ,ଡକାୟତ ଉପରେ ନଜର ରଖା ଯାଇ ପରିବା ବୋଲି ଚର୍ଚ୍ଚା ହେଉଥିଲା । ସିସିଟିଭି କ୍ୟାମେରା ଲାଗିବ ପାଇଁ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଧର୍ମଗଡ ବାସି ଲିଖିତ ରେ ଜଣାଇ ବା ସହ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ଧର୍ମଗଡ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।ପ୍ରକାଶ ଯେ, ଧର୍ମଗଡ ରେ ନୂତନ ଥାନ ଉଦ୍ ଘାଟନ ସମୟ ରେ ପୂର୍ବତନ୍ ମନ୍ତ୍ରୀ ଦିବ୍ୟା ଶଙ୍କର ମିଶ୍ର ମୁଖ୍ୟ ଅତି ଭାବି ଯୋଗ ଦେଇ ଧର୍ମଗଡ ଥାନକୁ ଏକ ମଡେଲ ଥାନ କରା ଯିବ ଓ ସହରର ବିଭିନ୍ନ ସ୍ଥାନ ରେ ସିସିଟିଭି ଲଗା ଯିବ ବୋଲି କହିଥିଲେ ।କିନ୍ତୁ ଆଜି ଯାଏ କୌଣସି ପଦକ୍ଷେପ ନିଆ ଯାଇ ନଥିବାରୁ ସହର ବସି ଅସନ୍ତୋଷ ପ୍ରକାଶ କରିଛନ୍ତି।

Post a Comment