ଗରିବ କଲ୍ୟାଣ ଅନ୍ନ ଯୋଜନା କେନ୍ଦ୍ର ସରକାର ଙ୍କ ନିଷ୍ପତି ଉପରେ ବିଜେଡି କର୍ମୀଙ୍କ ବ୍ଲକ ସ୍ତରୀୟ ଗଣଧାରଣା


ହରଭଙ୍ଗା ୧୬/୦୨ (ସୁଶାନ୍ତ କୁମାର ବେହେରା) ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ରାଜ୍ୟ ର ଗରିବ ପରିବାର ଙ୍କୁ ମୁଣ୍ଡ ପିଛା 5କେଜି ଚାଉଳ ଯୋଗାଣ ରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାର ନିଷ୍ପତି ବିରୁଦ୍ଧରେ ଆଜି ସାରା ରାଜ୍ୟରେ ବିଜେଡି କର୍ମୀ ମାନେ ପ୍ରତି ବ୍ଲକ ଅଫିସ ସାମ୍ନାରେ ଗଣ ଧାରଣା ଦେଇଥିବା ଦେଖିବାକୁ ମିଳିଛି! କେନ୍ଦ୍ର ସରକାର ଙ୍କ ଏହି ନିଷ୍ପତି ବିରୁଦ୍ଧରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଜେଡି କର୍ମୀ ମାନେ  ବ୍ଲକ ଅଫିସ ସାମ୍ନା ରେ ଏକତ୍ରିତ ହୋଇ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ସହିତ ବିଜେଡି ଝଣ୍ଡା ଧରି ନାରାବାଜି ଦେଇ ଧାରଣା ସ୍ଥଳରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ!ପରେ ସମସ୍ତ କର୍ମୀ ବ୍ଲକ ଅଫିସ ଭିତର କୁ ଯାଇ ମାନ୍ୟବର ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଏକ ସ୍ମାରକୀ ଦାବିପତ୍ର ବିଡ଼ିଓ ସ୍ୱପ୍ନିତା ନାୟକ ଙ୍କୁ ପ୍ରଦାନ କରିଥିଲେ !ଏହି ଗଣ ଧାରଣା ହରଭଙ୍ଗା ବ୍ଲକ ବିଜେଡି ସଭାପତି ତଥା ବାଣିଭୂଷଣ ପୁର ପଂଚାୟତ ସରପଞ୍ଚ -ଶ୍ରୀବନ୍ତ ମେହେର, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ -ସୁବୋଧ ପ୍ରଧାନ,8ନଂ ଜୋନ ଜିଲ୍ଲାପରିଷଦ ପ୍ରତିନିଧି -ସୁଶାନ୍ତ ପ୍ରଧାନ, ଙ୍କ ସହିତ ବ୍ଲକ ର ବିଭିନ୍ନ ସରପଞ୍ଚ ପ୍ରତିନିଧି ଓ ସରପଞ୍ଚ ତଥା ଅଶୋକ ସେଠି, ଅଜିତ ପ୍ରଧାନ, ନିହାର ଘୋଷ, ଶୁଭେନ୍ଦୁ ଯୋଶୀ, ନିକୁଞ୍ଜ ବେହେରା, ପୂର୍ବ ତନ ସରପଞ୍ଚ ସଂଜୀବ ଦେହୁରୀ ଓ ବିଜେଡି ବରିଷ୍ଠ ନେତା ରବିନାରାୟଣ ପ୍ରଧାନ ଙ୍କ ସମେତ ବିଭିନ୍ନ ପଂଚାୟତ ରୁ କର୍ମୀ ମାନେ ଉପସ୍ଥିତ ରହିଥିଲେ।

Post a Comment

Previous Post Next Post