ପୂର୍ବତନ ସାଂସଦଙ୍କ ମାତା ସ୍ବର୍ଗତଃ ସୁଧାମଣି ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ।


ବାଲେଶ୍ଵର (ପ୍ରଭାକର ମଲ୍ଲିକ) ବାଲେଶ୍ବରର ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ଇଂ ରବୀନ୍ଦ୍ର କୁମାର ଜେନାଙ୍କ ମାତା ତଥା ବିଶିଷ୍ଟ ସମାଜସେବୀ ଭୂମିକନ୍ୟା ସୁବାସିନୀ ଜେନାଙ୍କ ଶାଶୂ ସ୍ବର୍ଗତଃ ସୁଧାମଣି ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ବୁଧବାର ତାଙ୍କ ନାଡବଣି ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତିଚାରଣ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,ପୋଲିସ ଆଇଜି ହିଂମାଶୁ ଲାଲ,ଭୋଗରାଇ ବିଧାୟକ ଅନନ୍ତ ଦାସ,ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ସଦର ବିଧାୟକ ସ୍ବରୂପ କୁମାର ଦାସ,ନୀଳଗିରି ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ, ଭୋଗରାଇ ବ୍ଲକ ଅଧ୍ୟକ୍ଷ , ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ,ଲିଟୁ ମହାପାତ୍ର, ବରଦା ପ୍ରସନ୍ନ ପଟ୍ଟନାୟକ,ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଦାସ,ଜିଲ୍ଲା ଯୁବ ବିଜେଡି ସଭାପତି ତାପସ ପରିଡା,ଜିଲ୍ଲା ଛାତ୍ର ବିଜେଡି ସଭାପତି ସୀମନ ଦାସ ମହାପାତ୍ର, ଅଜୟ କୁମାର ସାମଲ, ମ୍ୟୁନସିପାଲଟି ଅଧ୍ୟକ୍ଷା ସବିତା ସାହୁ, ପୂର୍ବତନ ପୌରପାଳ ସୁଜାତା ଦାସ,ଆଲୋକ ସାହୁ, ମୀନା ମାହାନ୍ତି,ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ,ବଂଶୀଧର ଜେନା ,ପ୍ରଫୁଲ୍ଲ ପାତ୍ର, ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ,ଜଳେଶ୍ବର ବ୍ଲକ ଅଧ୍ୟକ୍ଷ ମାନସ ଦାସ,ପୂର୍ବତନ ବିଧାୟକ ଦେବୀ ପ୍ରସାଦ ଚଣ୍ତ,ଶତ୍ରୁଘ୍ନ ମଲ୍ଲିକ, ଶଶି କୁମାର ସାହୁ, ପ୍ରମେୟ ଉତ୍ତର ଓଡିଶା ସଂସ୍କରଣର ମୁଖ୍ୟ ସତ୍ୟଶିବ ଦାସ, ସଞ୍ଜିବ ଗିରି, ସତ୍ୟନାରାୟଣ ଗୁପ୍ତା,ନାବରା ସରପଞ୍ଚ ନଗେନ୍ଦ୍ର କୁମାର ସିଂ, ବସ୍ତା ଏସଡିପିଓ ଜଳନ୍ଧର ଜାଲି,ବାଲିଆପାଳ ଆଇଆଇସି ସୁବ୍ରତ ବେହେରା,ବିଜେଡିର ବରିଷ୍ଠ ନେତା ଭୂବନାନନ୍ଦ ଦାସ,ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ ରାଉତ,ଶୁଭେନ୍ଦୁ ଦାସ ମଙ୍ଗରାଜ,ଯାଦବେଶ ମିଶ୍ର,ବ୍ରଜମୋହନ ମିଶ୍ର, ସତ୍ୟରଞ୍ଜନ ଦାସ,ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ ,ନିଶାକର ସେଠୀ,ବେଣୁଧର ଜେନା,ବିଷ୍ଣୁପ୍ରିୟା ବୁଗୁଡି, ସୁଜାତା ରାଣୀ ଦଣ୍ତପାଟ,ମହାଦେବ ଦାସ,ଲକ୍ଷ୍ମୀଧର ଦାସ,ହାଡିବନ୍ଧୁ ରାଉତ,ଦେବୀ ପ୍ରସାଦ ଭଞ୍ଜ,ଅଞ୍ଜନ ଦଣ୍ଡପାଟ, ଭାଗବତ ମହାନ୍ତି, ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ,ବସ୍ତା ବ୍ଲକ ବିଜେଡି ସଭାପତି ଅନୀଲ ମହାନ୍ତି, ଭୋଗରାଇ ବ୍ଲକ ବିଜେଡି ସଭାପତି ପ୍ରବୀର ଗିରି ତଥା ଜିଲ୍ଲା ସାରାରୁ ବହୁ ବରିଷ୍ଠ ସାମ୍ବାଦିକ,ସାହିତ୍ୟିକ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ହୋଇ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ବର୍ଗତଃ ସୁଧାମଣି ଜେନାଙ୍କ ସ୍ମୃତିରେ " ଆମ ବୋଉ" ପୁସ୍ତକକୁ ଅତିଥିମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା । ସବୁ ରାଜନୈତିକ ଦଳର ବରିଷ୍ଠ ନେତା ,କର୍ମୀ,ଶୁଭେଚ୍ଛୁ,ପ୍ରଶଂସକ ,ଆତ୍ମୀୟ ସ୍ବଜନ ଓ ବନ୍ଧୁବାନ୍ଧବ ଏବଂ ପରିବାର ବର୍ଗ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Post a Comment

Previous Post Next Post