ରକ୍ଷକ ବିରଂଚି ଦାଶ ପାଇଲେ ଗୁଡ଼ ସମରିଟାନ ପୁରସ୍କାର


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ନିବାସୀ ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶ ବିଭିନ୍ନ ସମୟରେ ଦୁର୍ଘଟଣାଗ୍ରସ୍ଥ ବ୍ୟକ୍ତି ମାନଙ୍କୁ ସୁବର୍ଣ୍ଣ ସମୟ ମଧ୍ୟରେ ଦୁର୍ଘଟଣା ସ୍ଥଳରୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରି ଅନେକ ଅମୂଲ୍ୟ ଜୀବନ ବଞ୍ଚେଇବାରେ ସହାୟକ ହୋଇଥିବାରୁ ତାଙ୍କୁ ବଲାଙ୍ଗୀର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଗୁଡ଼ ସମରିଟାନ ଆଓ୍ୟାର୍ଡ଼ ପ୍ରଦାନ କରାଯାଇଥିଲା।ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବଲାଙ୍ଗୀରରେ ଶ୍ରୀ ରାଜେଶ କୁମାର ମାରାଣ୍ଡି, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀ ସମରେନ୍ଦ୍ର ପଟ୍ଟନାୟକ, ଡେପୁଟି କମିଶନର,ଉତ୍ତର ଜୋନ,ସମ୍ବଲପୁର ଶ୍ରୀ ଦାଶଙ୍କୁ ପ୍ରମାଣପତ୍ର ଓ ଚାରିହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ।ପ୍ରକାଶ ଥାଉକି ଶ୍ରୀ ଦାଶ ଜଣେ ଛାତ୍ରଛାତ୍ରୀ ବତ୍ସଳ ଶିକ୍ଷକ ହେବା ସହିତ ଜୁନିଅର ରେଡକ୍ରସ ପରାମର୍ଶ ଦାତା, ରକ୍ଷକ, ପ୍ରକୃତିବନ୍ଧୁ,ରକ୍ତଦାନ ଶିବିର ପରିଚାଳନା କରିବା ସହିତ ଅନ୍ୟ ମାନଙ୍କୁ ରକ୍ତ ଦେବାକୁ ପ୍ରବର୍ତ୍ତାଇ ଥାଆନ୍ତି।କରୋନା ସମୟରେ ସଚେତନତା ସଭା କରିବା ସହିତ ରନ୍ଧାଖାଦ୍ୟ,ଜଳଖିଆ, ଶୁଖିଲା ଖାଦ୍ୟ, ସାବୁନ, ମାସ୍କ,ସେନିଟାଇଜର ବାଣ୍ଟିବା ସହିତ ବୁଲା ଗାଈଗୋରୁ, କୁକୁର ଓ ହରିଶଙ୍କରକୁ ଯାଇ ମାଙ୍କଡ଼ ମାନଙ୍କୁ ଖାଦ୍ୟ ଯୋଗାଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।ତାଙ୍କ ଭଳି ଜଣେ ସମାଜସେବୀ ସମ୍ବର୍ଦ୍ଧିତ ହୋଇଥିବାରୁ ଶିକ୍ଷଣ ମହଲ ତଥା ବୁଦ୍ଧିଜୀବୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।

Post a Comment

Previous Post Next Post