ମାକ୍ସ ପିକଅପ ଓ ବୁଲେଟ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଜଣେ ଗୁରୁତର


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ସଦର କୁଞ ଛକ ଠାରେ ମେକ୍ସପିକଅପ ଓ ଏକ ବୁଲେଟ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଜଣେ ମୃତ ଓ ଜଣେ ଗୁରୁତର । ମୃତକ ଜଣକ ହେଲେ ସୋନପୁର ବନବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଭାବରେ ଚାକିରି କରୁଥିବା ନରେନ୍ଦ୍ର ବାଘ ଓ ଗୁରୁତର ହେଲେ ଏହି ବିଭାଗର ସୁଇପର ଲବ ପଧାନ ବୋଲି ଜଣାପଡିଛି । ଦୁଇଜଣ କିଛି କାମରେ ବନବିଭାଗ କାର୍ଯ୍ୟଳୟରୁ କୁଞ ଛକ ପଟକୁ ଯାଉଥିବା ବେଳେ ଅପର ପକ୍ଷରୁ ଆସୁଥିବା ଏକ ମେକ୍ସ ପିକଅପ ଗାଡିରେ ମୁହାଁମୁହିଁ ଧକ୍କା ହୋଇଥିଲେ । ପରେ ପରେ ଆହାତ ଦୁଇ ଜଣଙ୍କୁ ସଙ୍ଗେସଙ୍ଗେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲା ଓ ଡାକ୍ତର ନରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଆହାତ ଲବ ମଧ୍ୟ ଗୁରୁତର ଥିବାରୁ ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସୋନପୁର ପୋଲିସ ପହଚିଂ ଆନୁଷନ୍ଧାନ ଜାରୀ ରଖିଛି ।

Ad..

Post a Comment

Previous Post Next Post