ଧର୍ମଗଡ଼ ୧୩/୨ (ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ ଏକ ବୈଠକ କାଶୀବାହାଲ ସ୍ଥିତ ଗୋଷ୍ଠୀ ଆଞ୍ଚଳିକ ସାଧନ କେନ୍ଦ୍ର ଧର୍ମଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ବେହେରାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରି ଅନେକ ସମସ୍ୟା ଉପରେ ଆଲୋଚନା କରିଥିଲେ । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ବାତିଲ କରିବା, ୬ ବର୍ଷ ଠିକା କାର୍ଯ୍ୟକାଳକୁ ୬ଟି ଜାତୀୟ ଇଂକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା, ତିନି ଦଫା ଦାବିରେ ଗତ ୨୭ ନଭେମ୍ବର ୨୦୨୨ରୁ ତିନି ଧରି ବିଧାନ ସଭା ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଶିକ୍ଷକ ମହାସଂଘ ନେତୃତ୍ୱଙ୍କ ସହ ଆଲୋଚନା କରି ଡିସେମ୍ବର ୧୬ ରୁ ୨୦ ଭିତରେ ପ୍ରାଥମିକ ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ୨୧/୧୨/୨୦୨୨ରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା ଓ ୨୯/୧୨/୨୨ରେ ଶିକ୍ଷକ ମହାସଂଘ ସମସ୍ତ ଦାବିକୁ ମୁଖ୍ୟ ଶାସନ ସଚିବଙ୍କ ଆଗରେ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥାପନ କରିଥିଲା । ଏହାପରେ ବିଭାଗୀୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବି ପତ୍ର ସହ ମହାସଂଘର ନେତୃତ୍ୱ ଦେଖା କରୁଥିଲେ ମଧ୍ୟ ଆମର ନ୍ୟାୟଗତ ଦାବିକୁ ପୁରଣ କରିବାରେ ଟାଲଟୁଲ ନୀତି ଅବଲମ୍ବନ କରୁଥିବା ଆଜିକାର ସଭାରେ ଆଲୋଚନା ହୋଉଥିଲା । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ନିମନ୍ତେ ୧ ଲକ୍ଷ ୨୦ ହଜାର ଶିକ୍ଷକଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଧାନ ଅଧିବେଶନ ପୂର୍ବରୁ ପ୍ରାଥମିକ ଶିକ୍ଷକ ମାନଙ୍କ ଦାବିକୁ ପୁରାଣ କରାଯାଉ ନଚେତ ଶିକ୍ଷକମାନେ ବାଧ୍ୟ ହୋଇ ବିଧାନ ଅଧିବେଶନ ସମୟରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆଜିକାର ସଭାରେ ଶିକ୍ଷକମାନେ ଚେତାବନୀ ଦେଇଛି । ଏହି କାର୍ଯ୍ୟକ୍ରମକୁ ବ୍ଲକ ସାଧାରଣ ସମ୍ପାଦକ ଗିରିଧାରୀ ସାହୁ ପରିଚାଳନା କରିଥିବା ବେଳେ ସଭାପତି ମାର୍କଣ୍ଡ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment