ଖପ୍ରାଖୋଲ 13/02 (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ଠାରେ ଗୋଣ୍ଡ ସମାଜର ପ୍ରହରୀ ମଣ୍ଡପ ରତ୍ନମୁଦ ସ୍ଥାପିତ ହୋଇଯାଇଛି । ବ୍ଲକ ସଭାପତି ଚୌବନ ମାଝୀ ଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଜାତିର ଇଷ୍ଟଦେବତା ବୁଢ଼ା ଦେଓଙ୍କୁ ପୂଜା ପାଠ କରି ସ୍ଥାପନା ପାଇଁ କଳସ ପୂଜା ପରେ ମଣ୍ଡପର ରତ୍ନମୁଦ ସ୍ଥାପନା କରିଥିଲେ । ଉକ୍ତ ରତ୍ନମୁଦକରେ ପୂଜା କର୍ତ୍ତା ଭାବେ ବଳ ଧରୁଆ ଥିବା ବେଳେ ପୂଜକ ଭାବେ ପଣ୍ଡିତ କପୁର୍ଚନ ଦାଶ ଏବଂ ସୁଲଭ ଦାଶ ସମ୍ପାଦନ କରିଥିଲେ । ଏହି ଅବସରରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ଉପାଧ୍ୟକ୍ଷ ସୁଖୀରାମ ଣ୍ଡ, ବିଧାୟକ ପ୍ରତିନିଧି ରମେଶ ପ୍ରଧାନ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ । ଗୌଁଣ୍ଡ ସମାଜର ଘନ ଧରୁଆ, ବନ ଧରୁଆ, ତନୁଜ ଧରୁଆ, ଆନନ୍ଦ ଧରୁଆ, ସନ୍ୟାସୀ ଧରୁଆ, ନରେନ୍ଦ୍ର ମାଝୀ, ଖଣ୍ଡ ମାଝୀ, ରାମ ଧରୁଆ ପ୍ରମୁଖ ନେତୃତ୍ୱ ନେବା ସହିତ ବଲାଙ୍ଗିର, ବରଗଡ଼, ନୂଆପଡା ଜିଲ୍ଲାର ସହସ୍ରାଧିକ ପୁରୁଷ ଏବଂ ମହିଳା ଯୋଗଦାନ କରିଥିଲେ ।
ରେଙ୍ଗାଲିରେ ଗୋଣ୍ଡ ସମାଜର ପ୍ରହରୀ ମଣ୍ଡପ ରତ୍ନମୁଦ ସ୍ଥାପିତ
ଆଜତକ ଓଡ଼ିଶା
0
Post a Comment