ସିଦ୍ଧେଶ୍ବର ଫାର୍ମାସ୍ୟୁଟିକାଲ ସାଇନ୍ ସେସ୍ ଛାତ୍ରଙ୍କ ୨ୟ ମହା ବନ୍ଧୁ ମିଳନ


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତର ଶ୍ୟାମସୁନ୍ଦରପୁର ସ୍ଥିତ ସିଦ୍ଧେଶ୍ବର ଫାର୍ମାସ୍ୟୁଟିକାଲ ସାଇନସର ପ୍ରାକ୍ତନ ଛାତ୍ରମାନଙ୍କର ମହାମିଳନ ୨୦୨୩ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।କଲେଜର ପୂର୍ବତନ ଅଧ୍ୟକ୍ଷ ଜ୍ଞାନରଞ୍ଜନ ଦାସଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ଉତ୍ତର ଓଡ଼ିଶା ଭେଷଜ ନିୟନ୍ତ୍ରଣ ଙ୍କ କାର୍ଯ୍ୟାଳୟର ମୁଖ୍ୟ ଅଶୋକ କୁମାର ପାତ୍ର ,ମୁଖ୍ୟ ବକ୍ତା ଭାବେ ବାଲେଶ୍ବର ଗ୍ରାମାଞ୍ଚଳ ଔଷଧ ନିରୀକ୍ଷକ ଦିଲ୍ଲୀପ କୁମାର ଜେନା,ସମ୍ମାନିତ ଅତିଥି ପରିଚାଳନା କମିଟିର ସଦସ୍ୟ ରବୀନ୍ଦ୍ର ନାଥ ପଣ୍ଡା,ପ୍ରଦୀପ କୁମାର ବେହେରା,କଲେଜର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସୁବୁଦ୍ଧି, ପ୍ରଧ୍ୟାପକ ନିରଞ୍ଜନପରିଡ଼ା,ପ୍ରଧ୍ୟାପିକା ଶୋଭାରାଣୀ ପଟ୍ଟନାୟକ,ପ୍ରଧ୍ୟାପକ ଜନ୍ମେଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଭେଷଜ ପଦାର୍ଥ ବିଜ୍ଞାନର ଯୁବ ଉପଯୋଗୀ ତତ୍ ସହିତ ଆଧୁନିକ ପ୍ରଣାଳୀର ବ୍ୟବହାରିକ ବିଷୟରେ ଆଲୋକପାତ କରିବା ସହିତ କାର୍ଯ୍ୟରତ ଚିକିତ୍ସାଳୟ କିପରି ନିଶ୍ବାର୍ଥ ଭାବେ ବିନା ବାଛବିଚାରରେ କାର୍ଯ୍ୟ ସମ୍ପାଦନ କରିବେ ସେସବୁର ଗୁଣାବଳୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲା ବେଳେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଫାର୍ମାସିଷ୍ଟ ମୋହିମ କୁମାର ପାଲ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଅର୍କେଷ୍ଟ୍ରା ହାର୍ଟବିଟ୍ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ୧୯୮୨ ମସିହା ଠାରୁ ୨୦୨୩ ପର୍ଯ୍ୟନ୍ତ ପଢୁଥିବା ପୂରାତନ ଛାତ୍ରଛାତ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା,ହେମନ୍ତ କୁମାର ବାରିକ,ସୌରବ ରଞ୍ଜନ ମହାନ୍ତି,ଶରତ ପଣ୍ଡା,କୈଳାସ ମହାନ୍ତି,ଅକ୍ଷୟ କିଶୋର ଦାସ,ସୁନିଲ ମହାନ୍ତି ଓ ସମସ୍ତ ଛାତ୍ର/ଛାତ୍ରୀ ଏବଂ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଶେଷରେ ବାଲେଶ୍ଵର ହାର୍ଟ ବିଟ ଆରକେଷ୍ଟ୍ରାରେ ଝୁମି ଉଠିଥିଲେ ଛାତ୍ର ଛାତ୍ରୀ ।

Post a Comment

Previous Post Next Post