ପାଞ୍ଚ କେଜି ଚାଉଳ ବନ୍ଦ କୁ ନେଇ କେନ୍ଦ୍ରସରକାର ଙ୍କ ବିରୋଧରେ ବିଜେଡି ର ବିକ୍ଷୋଭ ପ୍ରଦର୍ଶନ


 ସୁବର୍ଣ୍ଣପୁର (ଗଣପତିବାଘ) ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ମିଳୁଥିବା ୫କେଜି ଚାଉଳ କୁ କେନ୍ଦ୍ରସରକାର ବନ୍ଦ କରିଦେଇଥିବାରୁ ଏହାର ପ୍ରଭାବ ଗରିବ ଦିନମଜୁରିଆ ଠୁ ଆରମ୍ଭ କରି କୃଷକ ମାନଙ୍କ ଉପରେ ମଧ୍ୟ ପଡୁଛି | ଏହାର ପ୍ରତିବାଦ ରେ ବିଜୁ ଜନତା ଦଳ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମତେ ଜିଲ୍ଲାର ସମସ୍ତ ଛଅଗୋଟି ବ୍ଲକ କାର୍ଯ୍ୟାଳୟ ତଥା ସଦର ପୌର ପରିଷଦ କାର୍ଯ୍ୟାଳୟ ଓ ବିନିକା ଓ ତରଭା ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବିଜେଡି କର୍ମୀମାନେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି l ଆଜି ଦିନ ୧୦ଟାରୁ ଏହି ବିକ୍ଷୋଭ ଏବଂ ଧାରଣା ଦିଆଯାଇଥିବା ବେଳେ ଏଥିରେ ଶହ ଶହ ସଂଖ୍ୟାରେ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ । ବିଜେଡି କର୍ମୀମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ ମଧ୍ୟ କରିଛନ୍ତି । କେନ୍ଦ୍ର ସରକାର ଓଡିଶାର ଏହି ଯଥାର୍ଥ ଦାବୀକୁ ଯଥାଶିଘ୍ର ପୁରଣ କରିବା ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ରେ ମିଳୁଥିବା ୫କେଜି ଚାଉଳ କୁ କେନ୍ଦ୍ରସରକାର ଲାଗୁ ନକଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ପ୍ରକାଶ କରିଛନ୍ତି ।

Post a Comment

Previous Post Next Post