କୂଲୁତା ସମାଜର କର୍ମକର୍ତ୍ତା ଚୟନ ଓ ବାର୍ଷିକ ଉତ୍ସବ


ହରଭଙ୍ଗା ୨୧/୦୨ (ସୁଶାନ୍ତ କୁମାର ବେହେରା) : ହରଭଙ୍ଗା ବ୍ଲକ ଜିରାଡ଼ ଠାରେ କୂଲୁତା ସମାଜର ମୂଷାଡ଼ ଆଞ୍ଚଳିକ କେନ୍ଦ୍ରର କର୍ମକର୍ତ୍ତା ଚୟନ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବିରଞ୍ଚି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାର୍ଷିକ ଆୟବ୍ୟୟ ହୋଇଥିବା ବେଳେ ପୂର୍ବତନ କର୍ମକର୍ତା ତଥା ସଭାପତି କୈଳାସ ପ୍ରଧାନ ବିଦାୟୀ କାଳୀନ ଅଭିଭାଷଣ ପରେ ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସର୍ବସମ୍ମତି କ୍ରମେ ବିକ୍ରମ ପ୍ରଧାନ ଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଶୁଭ୍ରଜିତ ପ୍ରଧାନ, ସମ୍ପାଦକ ଭାବେ ବସନ୍ତ ପ୍ରଧାନ, ସହସମ୍ପାଦକ ଜୟଦେବ ପ୍ରଧାନ, କୋଷାଧ୍ୟକ୍ଷ ଅଶୋକ ପ୍ରଧାନ, ଉପଦେଷ୍ଟା ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା । ଆଗାମୀ ଦିନରେ କୁଲୁତା ସମାଜ କିପରି ସୁଦୃଢ଼ ହେବା ସହ ସମାଜ ପାଇଁ ସର୍ବଦା ଉତ୍ସର୍ଗୀକୃତ ରହିବା ନେଇ କର୍ମ କର୍ତ୍ତା ମାନେ ଶପଥପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାଧୀନ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ନିରାକାର ଭୋଇ, ବିରେନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ସାମିଲ ହୋଇଥିଲେ ।

Post a Comment

Previous Post Next Post