ବୌଦ୍ଧ ୨୧/୦୨ (ହୃଦାନନ୍ଦ ମେହେର) ଚାଷୀଙ୍କ ପ୍ରତି ଅନ୍ୟାୟ । ସମସ୍ତ ଧାନ ମଣ୍ଡିରେ ଅବ୍ୟବସ୍ଥା। କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର।ଅନ୍ୟପଟେ ଜୟ କିସାନ୍ କହୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳୁଛି ଚାଷୀ ମାରଣ ନୀତି।ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବାଉଁଶୁଣି ଧାନ ମଣ୍ଡିରେ ଉକ୍ତ ଅଞ୍ଚଳର ଚାଷୀ ବିକ୍ରି ପାଇଁ ମଣ୍ଡିରେ ଧାନ ରଖିଥିବା ବେଳେ କାହାର ଟୋକନ୍ ଅବଧି ସରି ଯାଇଛି ତ ଆଉ ଆଉ କାହାର ୫୦ କ୍ଵିଣ୍ଟାଲ ନେବା ସ୍ଥାନରେ ପାଞ୍ଚ କ୍ଵିଣ୍ଟାଲ ଧାନ କିଣି ବାହା ବାହା ନେଉଛି ଜିଲ୍ଲା ପ୍ରଶାସନ। ଏହି ଅବ୍ୟବସ୍ଥା ଯୋଗୁଁ ଆଜି ଉକ୍ତ ଅଞ୍ଚଳର ସମସ୍ତ ଚାଷୀ ଦିନ ଦୁଇଟା ସମୟରେ ଏକତ୍ରିତ ହୋଇ ବାଉଁଶୁଣୀ ଦେଇ ଯାଇଥିବା ଜାତୀୟ ରାଜପଥ ୫୭ କୁ ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଯାତାୟାତ ରେ ବାଧା ପ୍ରାପ୍ତ ହୋଇଛି ଓ ରାସ୍ତାର ଦୁଇ ପାର୍ଶ୍ଵରେ ଅଟକି ରହିଛି ସହ ସହ ଗାଡିମଟର । ସମଗ୍ର ବୌଦ୍ଧ ଜିଲ୍ଲାରେ ଚାଷୀଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଥିବା ବେଳେ । ଆଙ୍ଗୁଠି ବଙ୍କା କଲେ ଘିଅ ବାହାରେ ପ୍ରଶାସନ ପକ୍ଷରୁ ବୋଲି ପ୍ରମାଣ ହୋଇଛି। କାରଣ ଗତକାଲି ମୁଣ୍ଡାପଡ଼ା ଅଞ୍ଚଳର ଚାଷୀ ଜିଲ୍ଲାପାଳ ଅଫିସ୍ କୁ ଯାଇ ହୋ ହାଲ୍ଲା କରିବା ଦ୍ୱାରା ରାତି ୧୨ ଘଣ୍ଟା ସମୟରେ ଧାନ ଉଠିଥିଲା, ଯାହା କି ବଘିଆପଡ଼ା ମଣ୍ଡିରେ ମଧ୍ୟ କିଛି ଧାନ ଉଠିଥିଲା । ଏପଟେ ଆଜି ବାଉଁଶୁଣୀ ଅଞ୍ଚଳର ଚାଷୀଙ୍କୁ କି ନ୍ୟାୟ ଦେଉଛି ପ୍ରଶାସନ ଦେଖିବାକୁ ବାକି ରହିଲା ।ଆନ୍ଦୋଳନ ସ୍ଥଳକୁ କୌଣସୀ ଅଧିକାରୀ ପହଞ୍ଚି ନଥିବା ବେଳେ ବାଉଁଶୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛି।

Post a Comment