ପାଣି ପାଇପ ଚୋରି ଅଭିଯୋଗ ରେ ଅଭିଯୁକ୍ତ ଙ୍କୁ ପୋଲିସ ର ଜେରା : ୯ ଆସାମୀ ଥାନା ରେ ଅଟକ. ଟ୍ରକ ଓ ଚୋରି ସାମଗ୍ରୀ ଜବତ


ହରଭଙ୍ଗା ୧୮/୦୨ ବୌଦ୍ଧ ଜିଲ୍ଲା ପୁରୁଣା କଟକ ପୋଲିସ ହାତରେ ଶୁକ୍ରବାର ଦିନ ଏକ ୯ଜଣିଆ ଚୋର ଗ୍ୟାଙ୍ଗ ଧରା ପଡିଥିବା ବେଳେ ପୋଲିସ ଉକ୍ତ ଟ୍ରକ ଓ ଚୋରି ସାମଗ୍ରୀ ଜବତ ସହ ସମସ୍ତ ଆସାମୀ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ସୂଚନା ମତେ ହରଭଙ୍ଗା ବ୍ଲକ ପାଣିଘରା ଠାରେ ଏଲ ଏଣ୍ଡ ଟି ନାମକ କମ୍ପାନୀ ମେଗାଜଳ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇ କମ୍ପାନୀ ପକ୍ଷରୁ ବର୍ତମାନ ରାସ୍ତା କଡ଼ କୁ ଖୋଳି ମାଟି ଭିତରେ  ପାଇପ ବିଛା କାର୍ଯ୍ୟ ଜାରି ରହିଥିବା ବେଳେ ଏହାର ସୁଯୋଗ ନେଇ କିଛି ବାହାର ରାଜ୍ୟ ଚୋର ଗ୍ୟାଙ୍ଗ ରାସ୍ତା କଡ଼ ରେ ପଡିଥିବା କମ୍ପାନୀ ର ପାଇପ ଗୁଡିକ କାଟି ଚୋରି କରୁଥିବା ଜାଣି କୌଣସି ପକ୍ଷରୁ ପୋଲିସ ଖବର ରଖି  ଉକ୍ତ ଟ୍ରକ କୁ ଯାଞ୍ଚ କରିବା ସହ ୯ଜଣ ଆସାମୀ କୁ ଅଟକ ରଖି ଥାନା କୁ ଆଣିପଚରାଉଚରା କରୁ ଥିବା ଜଣାପଡିଛି । ସୂଚନା ଥାଉକି ଏହା ପୂର୍ବରୁ କମ୍ପାନୀ ର ବିଭିନ୍ନ ସାମଗ୍ରୀ ଚୋରି ହେଇଥିବା ନେଇ ଅଭିଯୋଗ ଥିବା ବେଳେ ଉକ୍ତ ଚୋର ଗ୍ୟାଙ୍ଗ କୁ ଧରି ତଦନ୍ତ କଲାପରେ ପୂର୍ବରୁ ହୋଇଥିବା ଚୋରି ସମ୍ପର୍କିତ ସୂଚନା ଠାବ ହେବା ସହ ପୋଲିସ କୁ ଏକ ବଡ଼ ସଫଳତା ମିଳିପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି । ଏନେଇ (ସିଜି ୧୦ ବି ଏଚ ୨୮୪୪) ନାମକ ଟ୍ରକ ଜବତ ସହ 9ଆସାମୀ ଓ ଚୋରି ହୋଇଥିବା ପାଇପ ସାମଗ୍ରୀ କୁ ଜବତ କରି ପୋଲିସ ଘଟଣା ର ଅଧିକ ତଦନ୍ତ କରୁଥିବା ବେଳେ  ଗିରଫଗ୍ୟାଙ୍ଗ ଓ ଜବତ ସାମଗ୍ରୀ ମୂଲ୍ୟ ର ସମ୍ପୂର୍ଣ ସୂଚନା  ଅଧିକ ତଦନ୍ତ ପରେ ଶନିବାର ଦିନ ଘଟଣା ସମ୍ପୂର୍ଣ ସୂଚନା  ଗଣମାଧ୍ୟମ କୁ ପ୍ରକାଶ କରାଯିବ ବୋଲି ଥାନା ଅଧିକାରୀ ଯୋଷ୍ଣା କାଉଁରୀ ସୂଚନା ଦେଇଛନ୍ତି ।

Post a Comment

Previous Post Next Post