ପଲସଖଣ୍ଡ ସ୍କୁଲରେ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି


ବଲାଙ୍ଗିର ୧୮/୦୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଲସଖଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସଵ ମହାସମାରୋହ ରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅରୁଣ କୁମାର ଦାଶ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀମାନ ଦୀପକ ଛୁରା ( ସରପଞ୍ଚ ଭୁସଲାଡ ଗ୍ରାମପଞ୍ଚାୟତ), ସମ୍ମାନିତ ଅତିଥି ଭାବରେ କୋଶରାଜ ବେହେରା , ତୁଳସୀ ସୁନା , ପୃଥିରାଜ ମଟୁଆଳି ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ଶିକ୍ଷୟିତ୍ରୀ ତୁଳସୀ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ବ୍ୟକ୍ତିତ୍ୱର ବିକାଶ ପାଇଁ ବିଷୟଗତ ଓ ଅଣ ବିଷୟଗତ ଦିଗ ପ୍ରତି ଦୃଷ୍ଟିଦେଲେ ଅନୁଷ୍ଠାନଟି ଆଗକୁ ପୁଣି ନୂତନ ଉଜ୍ଜଲ୍ୟମାନ ତାରକା ସୃଷ୍ଟି କରି ପାରିବେ ବୋଲି ଅତିଥି ଗଣ ମତ ପ୍ରକାଶ କରିଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ସାର୍ଟିଫିକେଟ ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତତ୍ୱାବଧାନରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Post a Comment

Previous Post Next Post