ଗୋର୍ଲା ଗ୍ରାମବାସୀଙ୍କ ଦ୍ବାରା ଓ ଏସ ଏପି କୋକିଲଚନ୍ଦ୍ର ମାଝିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି


ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ର ଓ ଏସ ଏପି କକିଲଚନ୍ଦ୍ର ମାଝୀ (୩୩) ଙ୍କ ଅମର ଆତ୍ମା ର ସଦଗତୀ ନିମନ୍ତେ। ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମବାସୀଙ୍କ ତରଫ ରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ହୋଇଛି। ସର୍ଗତ ଶ୍ରୀ ମାଝୀ ଓ ଏସ ଏପି ରେ ଗତ ୨୦୧୧ରୁ ରହିଥିବା ବେଳେ ସେ ୧୦ ମାସ ହେଲା କିଡନି ରୋଗରେ ପୀଡିତ ଥିଲେ।ସେ ଗତ ଗୁରବାର ଦିନ ୧୧ଘଣ୍ଟା ୨୦ମିନିଟ୍ ସମୟ ରେ କଟକ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ନିଜ ଗାଁ ମଶାଣୀ ରେ ବାପା ଟିକେ ରାମ ମାଝୀ ମୁଖାଗ୍ନି ଦେଇଥିଲେ।ଗତ ରବିବାର ଦିନ ଗ୍ରାମବାସୀ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇ କେଣ୍ଡେଲ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିଥିଲେ।ଏହି ଶ୍ରଦ୍ଧାଞ୍ଜଳୀ ସଭା ରେ ସମସ୍ତ ଗ୍ରାମବାସୀ ବୃନ୍ଦ ଉପସ୍ଥିତି ଥିଲେ।

Post a Comment

Previous Post Next Post