ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ କୈବଲ୍ୟ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ ଜଳନ୍ଧର ମହାକୁଡ,ସଭାପତି ସରପଞ୍ଚ ସଂଘ ତୁରେକେଲା ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ଡ.ଯୁଗଳ କିଶୋର ଷଡ଼ଙ୍ଗୀ, ମୁଖ୍ୟବକ୍ତା,ଶ୍ରୀ ଫକୀର ଚରଣ ବିଶି,ଏବିଓ ସ୍ୱତନ୍ତ୍ର ଅତିଥି, ସମ୍ମାନିତ ଅତିଥି ଭାବରେ ସିଆରସିସି ଶ୍ରୀ ଧନସିଂ ମାଝୀ, ଶ୍ରୀ ଜ୍ୟୋତିପ୍ରକାଶ ଗଡ଼ତ୍ୟା, ଶ୍ରୀ ବୃନ୍ଦାବନ କୁମ୍ଭାର,ଶ୍ରୀ ଥମିର ଛତ୍ରିଆ,ଶ୍ରୀ ତାରାପଦ ପ୍ରଧାନ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ଶ୍ରୀ ବୃନ୍ଦାବନ କୁମ୍ଭାରଙ୍କ ବିଦ୍ୟାଶ୍ରୀ ପାଠାଗାର ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ପତ୍ର ପତ୍ରିକା ବଣ୍ଟନ କରାଯାଇଥିଲା।ପଠନ ପରେ ପ୍ରଶ୍ନ ପଚାରି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଉଭୟ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ଦାଶ ପରିଚାଳନା କରିଥିଲେ।ପୂର୍ବରୁ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ତାପରେ ଭ୍ରାମ୍ୟମାଣ ପାଠାଗର ପାଇଁ ଶ୍ରୀ ବୃନ୍ଦାବନ କୁମ୍ଭାର ଓ ସଚେତନତା ପାଇଁ ଶ୍ରୀ ଶ୍ୟାମସୁନ୍ଦର ପାତ୍ରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ଶିକ୍ଷକ ମନୋଜ କୁମାର ତାଣ୍ଡୀ, ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି,ବିଜୁଦାସ ମହାନନ୍ଦ, ନରେଶ ତାଣ୍ଡୀ,ସୁରଜ ଛତ୍ରିଆ, ଯଶୋବନ୍ତ କୁମ୍ଭାରଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା,ଗ୍ରାମବାସୀ ସହଯୋଗ କରିଥିଲେ।

Post a Comment

Previous Post Next Post