ଧର୍ମଗଡ , (ପ୍ରଦିପ ସେଠିଆ) ୧୪/୦୨- କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଯାହାର ଜିଲ୍ଲା ତଥା ଜିଲ୍ଲା ବାହାର ରାଜ୍ୟ ଏବଂ ଜାତୀୟ ସ୍ତରରେ ନିଜର ସେବା ଯୋଗାଇବା ସହ ରୋଗୀ ମାନଙ୍କୁ ରକ୍ତ ଯୋଗାଇବାରେ ସହଯୋଗ ହୋଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା "ସୋସିଆଲ ୱେଲଫେୟର ଅର୍ଗନାଇଯେସନ" ର ପ୍ରତିଷ୍ଠାତା ଉମାକାନ୍ତ ସୁନାନୀ ଙ୍କ ଜନ୍ମ ଦିନରେ ଧର୍ମଗଡ ରେଡକ୍ରସ ରକ୍ତ ଭଣ୍ଡାର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୋସିଆଲ ୱେଲଫେୟର ଅର୍ଗନାଇଯେସନ ର ସଭାପତି ଗୋପୀନାଥ ମହାନନ୍ଦ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଜିଲ୍ଲା ବ୍ଲକ୍ ଅଧ୍ୟକ୍ଷ ସଂଘ ର ସଭାପତି ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସମାଜସେବୀ ଘନଶ୍ୟାମ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯଶୋଦା ଅନାଥ ଆଶ୍ରମ ର ଅଧ୍ୟକ୍ଷ ଶ୍ୟାମସୁନ୍ଦର ଜାଲ, ସମାଜସେବୀ ଦୀପକ ରଂଜନ ମୁଣ୍ଡ, ବିବେକ ରଞ୍ଜନ ମିଶ୍ର, ଶ୍ୟାମସୁନ୍ଦର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ନିଜେ ପ୍ରତିଷ୍ଠାତା ଉମାକାନ୍ତ ସୁନାନିି ରକ୍ତଦାନ କରିଥିବା ବେଳେ ସଂଗଠନ କର୍ମକର୍ତ୍ତା ରକ୍ତଦାନ କରିଥିଲେ ମୋଟ ୧୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିର କୁ ସଂଗଠନର କର୍ମକର୍ତ୍ତା ରମେଶ ସାଗର, ନରେଶ ସୁନାନିି, ସୁମିତ ଖମାରୀ, ରଞ୍ଜନ ତାଣ୍ଡି, ଧନୁର୍ଯ୍ୟ ବାଗ, ରୀଙ୍କୁ ମଙ୍ଗରାଜ, ସଂଗ୍ରାମ କନପାନ, ଭୋଳାଶଙ୍କର ପାତ୍ର ସହଯୋଗ କରିଥିବା ବେଳେ ରକ୍ତ ଭଣ୍ଡାର ଟେକ୍ନିସିଆନ ଗଜାନନ ବେହେରା ରକ୍ତ ସଂଗ୍ରହ କରିଥିବା ବେଳେ ତାଙ୍କୁ ନିଗମ ଗୋପାଳ, ଭରତ କାଣ୍ଡ ଓ ପଞ୍ଚାନନ ନାଏକ ସହଯୋଗ କରିଥିଲେ । ସୋସିଆଲ ୱେଲଫେୟର ଅର୍ଗନାଇଯେସନ ର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ସୋସିଆଲ ୱେଲଫେୟାର ଅର୍ଗନାଇଯେସନ ର ପ୍ରତିଷ୍ଠାତା ଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର
ଆଜତକ ଓଡ଼ିଶା
0
Post a Comment