ବେଲପଡା :୧୩/୨ (ଗଣେଶ ଦାସ):-ଅନେକ ଜାଗାରେ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଦିନକୁ ଦିନ ପ୍ରଶାସନ ତରଫରୁ ଅନେକ ହୋଟେଲ ମାନଙ୍କୁ ଚଢ଼ାଉ କରି ଖାଦ୍ୟର ଗୁଣବତ୍ତା ଯାଞ୍ଚ କରାଯାଇଛି। ଯେଉଁଠି ଅଳ୍ପ ମାତ୍ରାରେ ମଧ୍ୟ ଖାଦ୍ୟର ଗୁଣବତ୍ତା ଖରାପ ବାହାରୁଛି ସେହି ହୋଟେଲ କୁ ସିଲ କରୁଛି ପ୍ରଶାସନ । କିନ୍ତୁ ପ୍ରଶାସନ କୁ ଖାତିର ନ କରି ଅନେକ ଜାଗାରେ ବିନା ଫୁଡ୍ ଲାଇସେନ୍ସ ରେ ଏବଂ ଅପ୍ରାକୃତିକ ପରିବେଶ ରେ ଖାଦ୍ୟ ସାମଗ୍ରୀ ତିଆରି କରାଯାଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ନିକଟରେ ଥିବା ତହସିଲ ଅଫିସ ସମ୍ମୁଖରେ ଦ୍ବାରିକା ହୋଟେଲ ରୁ । ଏହି ହୋଟେଲ ରେ ତିଆରି ଖାଦ୍ୟର ଗୁଣବତ୍ତା ଅତି ନିମ୍ନ ମାନର ହୋଇଥାଏ । ଅନେକ ଥର ଏଠି ଖାଇବାକୁ ଆସୁଥିବା ଲୋକେ ଖାଦ୍ୟ ରେ ପୋକ ବାହାରିଥିବା ଅଭିଯୋଗ ମଧ୍ୟ କରୁଛନ୍ତି । ଏଠି ଯଦି ଆପଣ ଖାଇ ସାରିକି ବିଲ ମାଗିବେ ତା ହେଲେ ବିଲ ମଧ୍ୟ ଦିଆ ଯାଉ ନାହିଁ, ଅଭିଯୋଗ ଆସିଛି ।
ସୋମବାର ଦ୍ବିପହରରେ କିଛି ବ୍ୟକ୍ତି ବେଲପଡ଼ା ସ୍ଥିତ ଦ୍ବାରିକା ହୋଟେଲ ରେ ବିରୀୟାନି ଖାଉଥିବା ବେଳେ ଖାଦ୍ୟରେ ପୋକ ବାହାରିଥିବା ଅଭିଯୋଗ କରିଛନ୍ତି। ବ୍ଲକ ଏବଂ ତହସିଲ ସହ ଯୋଡ଼ିକି ରହୁଥିବା ହୋଟେଲ ରେ କେମିତି ଏଭଳି ନିମ୍ନ ମାନର ଖାଦ୍ୟ ତିଆରି ହେଉଛି ଏବଂ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେମିତି ପ୍ରଶାସନ ଜାଣି ଚୁପ୍ ରହିଛି ।ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହାର ଉଚିତ୍ ତଦନ୍ତ କରି କୌଣସି ଅପ୍ରତିକର୍ ପରିସ୍ଥିତି ସୃଷ୍ଟି ହେବା ଆଗରୁ ଏହି ଦ୍ବାରିକା ହୋଟେଲ ରେ ତିଆରି ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ସହିତ ଏହାର ଫୁଡ୍ ଲାଇସେନ୍ସ ତଦାରଖ କରିବା ନିହାତି ଜରୁରୀ ଏବଂ ଏହା ସହିତ ଉକ୍ତ ହୋଟେଲକୁ ସିଲ କରିବା ପାଇଁ ଜନ ସାଧାରଣରେ ଦାବି ହେଉଛି ।
Post a Comment