ଅବିଶ୍ୱାସ ଲାଗିଲେବି ସତ, କିଛି ନାହିଁ ନାହିଁ ରେ ଗାଁ ; .ପ୍ରଶାସନିକ ବୈମାତ୍ରିକ ହେତୁ ବଳିପଡ଼ୁଛନ୍ତି ସାଧାରଣ ଜନତା


ହରଭଙ୍ଗା :୧୪/୨(ସୁଶାନ୍ତ କୁମାରବେହେରା) ସରକାର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳୁଥିବା ବେଳେ ବଣ ପାହାଡ଼ ଘେରା ଉପାନ୍ତ ଅଂଚଳ ରେ ବସବାସ କରୁଥିବା ପ୍ରାୟ ୧୫ ଗୋଟି ପରିବାର ଆଜି ବି ସ୍ୱାଧୀନରର ସ୍ୱାଦ କଣ ଜାଣିପାରିନାହାନ୍ତି। ଦୀର୍ଘ ୬୦ବର୍ଷ ବିତିଯାଇଥିଲେ ବି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ଅନ୍ତର୍ଗତ ଶିତିକାବାରି ଗ୍ରାମରେ ବାସ କରୁଥିବା ୧୫ଗୋଟି ପରିବାର ଆଜି ପର୍ଯ୍ୟନ୍ତ ପାଇପାରିନାଁହାନ୍ତି ଘର ବାରିପଟା, ଜମି ପଟା, ଜାତିବାସିନ୍ଦା ପ୍ରମାଣ ପତ୍ର, ସହିତ ଆବାସ ଯୋଜନା!ଗ୍ରାମବାସୀ ଙ୍କ ମତାନୁଯାୟୀ ଆଜିକୁ ୬୦ବର୍ଷ ହେଲା ସେମାନେ ଏହିଞ୍ଚଳରେ ବସବାସ କରୁଛନ୍ତି!ଏହି 60ବର୍ଷ ଭିତରେ ହଜାରେ ଥର ଜିଲ୍ଲାପାଳ, ବିଡ଼ିଓ, ତହସିଲ ଓ ରାଜସ୍ବ ବିଭାଗ ପାଖରେ ଘରବାରି ପଟା, ଜମି ପଟା, ବିଶୁଦ୍ଧ ପାନୀୟ ପାଇଁ ଅଭିଯୋଗ କରି ହତାଶ ହୋଇଗଲାଣି!ଏପରିକି ଜିଲ୍ଲା ର ତତ୍କାଳୀନ ଜିଲ୍ଲାପାଳ ପ୍ରଫୁଲ୍ଲ ଚାଉଳିଆଙ୍କ ଠୁ ଆରମ୍ଭକରି, ସେସମୟର ଜିଲ୍ଲାପାଳ ସୀତାଂଶୁ ରାଉତ, ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲାପାଳ ଥିବାବେଳେ ଏହି ସ୍ଥାନକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଆସି ଲୋକ ମାନଙ୍କୁ ଜମି ପଟା ପାଇଁ ପ୍ରତିଶୃତି ଦେଇଥିଲେ।

କିନ୍ତୁ ପ୍ରତିଶୃତି ହିଁ ପ୍ରତିଶୃତି ରେ ରହିଗଲା ଆମେ  ଚାତକ ପକ୍ଷୀପରି ଚାହିଁ ରହି ପାଇବାର ଆସ ମଉଳି ଗଲା ବୋଲି ସ୍ଥାନୀୟ ବାସିନ୍ଦା କ୍ଷଭୋ ର ସହ ପ୍ରକାଶ କରନ୍ତି । ଏଠାରେ ବାସ କରୁଥିବା ସମସ୍ତ ଅଧିବାସୀ କନ୍ଧ ସଂପ୍ରଦାୟର ହୋଇଥିବା ବେଳେ ଘର ବାରି ପଟା ନ ଥିବା ଯୋଗୁଁ ପିଲାଙ୍କ ପାଠ ପଢ଼ାରେ ଜାତିଗତ, ବାସିନ୍ଦା ପ୍ରମାଣ ପତ୍ର ନ ମିଳିବାରୁ ପାଠ ପଢ଼ାରେ ପ୍ରତିବନ୍ଧକ ହେଉଥିବା ବେଳେ ଆବାସ ଯୋଜନା ରୁ ବଞ୍ଚିତ ରହୁଛନ୍ତି!ଏପଟେ ଗାଁକୁ ରାସ୍ତା  ଖଣ୍ଡେ ନାହିଁ!ସେପଟେ ସରକାର ବିଭିନ୍ନ ଯୋଜନା କରି ବାହା ବାହା ନେଉଛନ୍ତି କିନ୍ତୁ ଏହି ଗାଁ ରେ କାହା ଘରେ ପାଇଖାନା ନ ଥିବାର ଦେଖୁବାକୁ ମିଳିଛି!ଉପାନ୍ତ ଅଂଚଳ ର ଏହି ପରି ସରକାରଙ୍କ ବୈମାତୃକ ହେତୁ ସାଧାରଣ ଜନତା ଅନ୍ୟ ସ୍ରୋତକୁ ଯିବାପାଇଁ ବାଧ୍ୟ ହେଉଛନ୍ତି!ଯଥାବିଧି ଘଟଣାର ତଦନ୍ତ କରି ଅସହାୟ ଶିତିକା ବାରି ବାସୀଙ୍କୁ  ତାଙ୍କ ମୌଳିକ ଅଧିକାର ଯୋଗାଇ ଦେବାପାଇଁ ଦାବି ହେଉଛି

Post a Comment

Previous Post Next Post