ଆଶ୍ରମସମ୍ପାଦକ ଙ୍କ ମୁଥମାଡ଼ ରେ ଛାତ୍ର ଆହତ


ହରଭଙ୍ଗା :୧୪/୦୨(ସୁଶାନ୍ତ କୁମାର ବେହେରା) ଆଶ୍ରମ ଭଳି ସ୍ଥାନରେ ଛାତ୍ର ଙ୍କୁ ନିର୍ଯାତନା ଘଟଣା ଏବେ ପଦାକୁ ଆସିଛି!ଆଶ୍ରମ ସମ୍ପାଦକ ଙ୍କ ମାଡ଼ରେ ଛାତ୍ର ଚେତାଶୂନ୍ୟ ଭଳି ଅଭାବନୀୟ ଘଟଣା ଏବେ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମକୃଷ୍ଣ ବାଳାଶ୍ରମ ବିରନରସିଂହ ପୁର ଠାରେ !ରାମକୃଷ୍ଣ ବାଳାଶ୍ରମ ର ଜୈନିକ ଛାତ୍ର ବିରନରସିଂହପୁର ସାଧୁଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀରେ ପାଠ ପଢୁଥିଲେ !ଗତକାଲି ଦେହ ଅସୁସ୍ଥତା ଥିବା ହେତୁ ସ୍କୁଲ କୁ ପଢିବା କୁ ନଯାଇ ଆଶ୍ରମ ରେ ବିଶ୍ରାମ ନେଉଥିବା ସମୟରେ ଆଶ୍ରମ ର ସମ୍ପାଦକ ଦିନ ୧୨ଘଣ୍ଟା ସମୟରେ କାହିଁକି ପଢ଼ୀ ଯାଇନୁ ବୋଲି ଛାତ୍ର ଙ୍କୁ ପଚାରିବୁଝିଥିଲେ। ଛାତ୍ର ଟି ଦେହ ଅସୁସ୍ଥତା ଥିବାର ଜଣାଇବା ପରେ ସମ୍ପାଦକ ଉତକ୍ଷିପ୍ତ ହୋଇ ଛାତ୍ର ଙ୍କ କର୍ଣ୍ଣମୁଳୀ ରେ ଏକ ଶକ୍ତ ମୁଥି ମାରିଥିଲେ ଯାହା ଫଳରେ ଛାତ୍ର ଟି ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ!ବହୁ ବିଳମ୍ବ ପରେ ପ୍ରାୟ ସନ୍ଧ୍ୟା 5ଘଣ୍ଟା ସମୟରେ ଛାତ୍ର ଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଡାକ୍ତର ଖାନାକୁ ନିଆଯାଇଥିଲା!ଡାକ୍ତର ସେଠାରେ ଚିକିତ୍ସା କରି ସିଟି ସ୍କାନିଂ ପାଇଁ ବୁର୍ଲା ବଡମେଡିକାଲ କୁ ନେବାପାଇଁ କହିଥିଲେ । କିନ୍ତୁ ପିଲାଟିକୁ ବୁର୍ଲା ନ ନେଇ ତରବରିଆ ଭାବେ କାହିଁକି ଆଶ୍ରମ କୁ ଅଣାଗଲା ତାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି!ଛାତ୍ର ର ଅଭିଯୋଗ ଅନୁଯାଇ ଏସମ୍ପକ ରେ ଆଶ୍ରମ ର ସମ୍ପାଦକ ଙ୍କୁ ମାଡ଼ ମାରିବା ଘଟଣା ବିଷୟରେ ପଚାରିବାରୁ ମୁଁ ଗତକାଲି ଛୁଟିରେ ଥିଲି ମୋ ନାଁ ରେ ଏହା ଷଡଯନ୍ତ୍ର କରାଯାଇଛି ବୋଲି ପ୍ରତିଉତ୍ତର ଦେଇଥିଲେ। ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣା ର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣ ରେ ଦାବି ହେଉଛି ।



Post a Comment

Previous Post Next Post