ବୌଦ୍ଧ :(ଶୁଶାନ୍ତ କୁମାର ବେହେରା) ବୌଦ୍ଧ ବହିରା ଛକ ଠାରେ ସ୍କର୍ପିଓ ର ସିରିଜ୍ ଦୁର୍ଘଟଣା । ସ୍କର୍ପିଓ ଟି ବଲାଙ୍ଗୀର ରୁ ଭୁବନେଶ୍ୱର ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଘଟଣା ସ୍ଥଳରେ ୨ ମୃତ ୩ ଗୁରୁତର । ୫ ବାଇକ୍ କୁ ପିଟି ହୋଟେଲ କୁ ପଶିଲା ଗାଡ଼ି । ବାଇକ୍ ଆରୋହୀ ଆଇଁଲାପଳି PEO ଗୋବିନ୍ଦ ସାହୁ ପଂଚାୟତ କୁ ପତାକା ଉତ୍ତଳନ ପାଇଁ ଯାଉଥିବା ସମୟରେ ଦୁର୍ଘଟଣା ଶିକାର ହୋଇ ମୃତ ହୋଇଥିଲେ । ଅନ୍ୟ ଜଣେ ହୋଟେଲ ରେ ଛିଡା ହୋଇଥିବା ବ୍ୟକ୍ତି ମୃତ । ଘଟଣା ସ୍ଥଳରେ ବାଉଁସୁଣୀ ପୋଲିସ ପହଂଚି ଶବ ଜବଦ ସହିତ ତିନିଜଣ ଗୁରୁତରଙ୍କୁ ଡାକ୍ତର ଖାନରେ ଭର୍ତ୍ତି କରିଥିବା ବେଳେ ଗାଡି ଓ ଗାଡି ମାଲିକ ଙ୍କୁ ଅଟକ ରଖିଛି। ଏପଟେ ସ୍ଥାନୀୟ ଜନତା ଟାୟାର ଜାଳି ୫୭ ନଂ NH ଅବରୋଧ କରିଛନ୍ତି। ଘଟଣା ଟି ଜଟିତ ହେବାରେ ଲାଗିଛି।
ସିରିଜ ଦୁର୍ଘଟଣା..୨ମୃତ ୩ଗୁରୁତର
ଆଜତକ ଓଡ଼ିଶା
0
Post a Comment