କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା ପତାକା ଉତୋଳନ  କରିଥିଲେ ।  ଭାରତର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଶ୍ରୀ ସିଂ ମତବ୍ୟକ୍ତ କରି ଏହି ଉତ୍ସବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।


ଏହି ଅବସରରେ ବିର୍ଷାମୁଣ୍ଡା ଆଦିବାସୀ ଯୁବକ ସଂଘ କଣ୍ଟାବାଞ୍ଜି ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିର ରେ ପ୍ରେସ କ୍ଲବ ସଭାପତି ରକ୍ତଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ର ସଂପାଦକ ଯୁଗଳ କିଶୋର ଶବର,ଉପ ସଭାପତି ମୋନଜ ଶର୍ମା, ତୁଲାସିରାମ ଜଗତ, କାର୍ଯ୍ୟକାରୀ ସଭାପତି ସୁରଦାସ, ସଙ୍ଗଠନ ସହ ସଂପାଦକ ରୋହନ ମହତ,ସହ ସଂପାଦକ ବିଶିକେସନ ମାଝୀ,ଉପଦେଷ୍ଠା ଆନନ୍ଦ ମୋଟେ କାର୍ଯ୍ୟକାରି ସଦସ୍ୟା ଜଗମୋହନ ତାଣ୍ଡି,ପ୍ରମୁଖ ସାମିଲ ହୋଇଥିଲେ ।

Post a Comment

Previous Post Next Post