ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ବନ୍ୟପ୍ରାଣୀ କାର୍ଯ୍ୟାଳୟ ର କାର୍ଯ୍ୟରତ ଫରେଷ୍ଟ ଗାର୍ଡ କିଶୋର ମଲ୍ଲିକ ଙ୍କ ଟାଙ୍ଗିଆ ଚୋଟ ରେ ଜଣେ ସ୍କ୍ୱାଡ଼ କର୍ମଚାରୀ ଗୁରୁତର ହୋଇ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ଜଣାପଡିଛି । ପରେ ସ୍ଥାନୀୟ ଲୋକ ଓ ଉପସ୍ଥିତ ଥିବା ଅନ୍ୟ ସ୍କ୍ୱାଡ଼ କର୍ମଚାରୀ ମାନେ ଉକ୍ତ ଫରେଷ୍ଟ ଗାର୍ଡ କୁ କାବୁ କରି ହରଭଙ୍ଗା ପୋଲିସକୁ ଜିମା ଦେଇଥିବା ବେଳେ ଘଟଣା କୁ ନେଇ ଅଂଚଳ ରେ ଏକ ଆଲୋଚନା ର ବିଷୟ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଓ କୁସଙ୍ଗ ବନ୍ୟପ୍ରାଣୀ ର ୪୬ଜଣ ସ୍କ୍ୱାଡ଼ କର୍ମଚାରୀମାନେ ଉକ୍ତ ଜଙ୍ଗଲ ସୁରକ୍ଷା ନେଇ ସର୍ବଦା କାର୍ଯ୍ୟ କରିଆସୁଥିଲେ । କିନ୍ତୁ ଉକ୍ତ କର୍ମଚାରୀ ମାନଙ୍କୁ ଗତ ବର୍ଷ ଜୁନ ମାସର ପାରିଶ୍ରମିକ ମିଳି ପାରିନଥିବା ବେଳେ 8 ମାସ ହେଲା ନିଜର ଦରମା ପାଇଁ ସ୍ଥାନୀୟ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ (ଡି ଏଫ ଓ ) ଙ୍କ ଠୁ ଆରମ୍ଭ କରି ରେଞ୍ଜେର, ଜିଲ୍ଲାପାଳ ଏବଂ ବିଭାଗୀୟ ଜଙ୍ଗଲ ପରିବେଶ ମନ୍ତ୍ରୀ ଙ୍କୁ ଜଣାଇଥିଲେ ମଧ୍ୟ୍ୟ ସ୍କ୍ୱାଡ଼ କର୍ମଚାରି ଙ୍କୁ କୌଣସି ସୁଫଳ ମିଳିନଥିଲା । ପରବର୍ତ୍ତୀ ସମୟ ରେ ଗତ ଜାନୁୟାରୀ ୧୨ ତାରିଖ ରେ ପୁନର୍ବାର ଦରମା ପାଇଁ ଅଭିଯୋଗ କରିଥିଲେ ମଧ୍ୟ୍ୟ କେହି ଶୁଣିନଥିବାରୁ ମଙ୍ଗଳବାର ଦିନ ସମସ୍ତ ମହାନଦୀ ବନ୍ୟପ୍ରାଣୀ ର ସ୍କ୍ୱାଡ଼ କର୍ମଚାରୀ ମାନେ କୁସଙ୍ଗ ବନ୍ୟ ପ୍ରାଣୀ କାର୍ଯ୍ୟାଳୟ ସମ୍ମୁଖରେ ନିଜର ହକ ପାଇଁ କର୍ମଚାରୀ ସଙ୍ଘ ର ସଭାପତି ସଞ୍ଜୟ ବାଇଙ୍କ ନେତୃତ୍ୱ ରେ ଶାନ୍ତିପୁର୍ଣ ଧାରଣା ଦେଇଥିଲେ । ପରେ ଉକ୍ତ ରେଞ୍ଜ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ଧାରଣା ସ୍ଥଳକୁ ଆସି ଆନ୍ଦୋଳନ କାରୀଙ୍କୁ ବୁଝାଇବାସହ ବକେୟା ଥିବା ଜୁନ ମାସର ଦରମା ହୋଇଯାଇଛି ଆନ୍ଦୋଳନ ରୁ ଓହରି ଯିବାକୁ କହିଥିଲେ । ଆନ୍ଦୋଳନ ହଟିବା ପରେ ସ୍କ୍ୱାଡ଼ କର୍ମଚାରୀ ମାନେ ସ୍ଥାନୀୟ ବନ୍ୟପ୍ରାଣୀ ଫରେଷ୍ଟର ବ୍ରଜରାଜ ବିଶ୍ୱାଳ ଙ୍କ ସହ ଅନ୍ୟ ସମସ୍ୟା ବାବଦ ରେ ଆଲୋଚନା କରୁଥିବା ସମୟରେ ଫରେଷ୍ଟ ଗାର୍ଡ କିଶୋର ମଲ୍ଲିକ ଏକ ଫାର୍ସl ରେ ପଛପଟୁ ସ୍କ୍ୱାଡ଼ କର୍ମଚାରୀ ସଭାପତି ସଞ୍ଜୟ ବାଇଙ୍କୁ ଆକ୍ରମଣ କରିଥିଲେ । ଏଥିରେ କର୍ମଚାରୀ ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ତୁରନ୍ତ ତାଙ୍କୁ ହରଭଙ୍ଗା ମେଡିକାଲ ରେ ଚିକିତ୍ସା ପାଇଁ ନିଆଯାଇଥିଲା । ଘଟଣା ସ୍ଥଳ ରେ ଉପସ୍ଥିତ ଥିବା ଅନ୍ୟ ସସ୍କ୍ୱାଡ଼ କର୍ମଚାରୀମାନେ ଫରେଷ୍ଟ ଗାର୍ଡ ଙ୍କୁ କାବୁ କରି ପୋଲିସ ରେ ଜିମା ଦେଇଥିଲେ । ହରଭଙ୍ଗା ପୋଲିସ ଘଟଣା କୁ ନେଇ ଅଭିଯୁକ୍ତ କୁ ଅଟକ ରଖି ଏକ ମାମଲା ୠଜୁକରି ଘଟଣା ର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଅନ୍ୟପଟେ ସ୍କ୍ୱାଡ଼ କର୍ମଚାରୀ ଙ୍କ ଦରମା ୮ମାସ ବିତି ଯାଇଥିଲେ ମଧ୍ୟ୍ୟ ଦିଆଯାଇ ନଥିଲା, ଏବଂ ଧାରଣା ସ୍ଥଳ ରେ ବସିଥିବା ସମୟରେ 8ମାସ ର ବିଳମ୍ବ 8ମିନିଟ ରେ ଜ୬ଣ କର୍ମଚାରୀ ଙ୍କ ପ୍ରାୟ ୨୩ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଧ କିପରି ଭାବରେ ହଠାତ ବ୍ୟାଙ୍କ ଖାତା କୁ ଛାଡି ଦିଆଗଲା । ବନ୍ୟପ୍ରାଣୀ ବିଭାଗର ଏପରି ସ୍ୱଛତା କାର୍ଯ୍ୟ ପ୍ରତି ସାଧାରଣ ରେ ଏକ ପ୍ରଶ୍ନ ଉଠୁଥିବା ବେଳେ ଏ ପ୍ରଶ୍ନ ର ଉତ୍ତର ପାଇଁ ନୟାଗଡ଼ବନ୍ୟ ପ୍ରାଣୀ ଡିଏଫଓ ଓ କୁସଙ୍ଗ ବନ୍ୟ ପ୍ରାଣୀ ରେଞ୍ଜର ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନଥିଲା ଅବାବଦରେ ହରଭଙ୍ଗା ଥାନା ଆଇ ଆଇ ସି ପୁଷ୍ପଲତା ରାଉତରାୟ ଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲୁରହିଛି ବୋଲି ସୂଚନା ଦେଇଥିଲେ।

Post a Comment