ସୁବର୍ଣ୍ଣପୁର ଜିଲ୍ଲା ଖାରୀ ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ମୃତ


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ଖାରି ଠାରେ ଟ୍ରକ ଧକ୍କାରେ ଜଣେ ମୃତ । ମୃତକ ହେଲେ ମାଲିଶିରିଗିଡି ଗାଁ ର ବାଂଛା ଦାସ ବୋଲି ଜଣା ପଡିଛି । ବାଂଛା କୌଣସି କାମ ରେ ଖାରୀ ଆସି ରାସ୍ତା କଡ଼ରେ ଠିଆ ହୋଇଥିଲେ । ହେଲେ ଏହି ସମୟରେ ହଠାତ ଏକ ଟ୍ରକ ନମ୍ବର OD15 V 4015 ଗାଡିଟି ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏହିଘଟଣାରେ ଜଣେ ମୃତ ହେବା ସହିତ ଦୁଇଟି ବାଇକ ଏବଂ ଗୋଟାଏ ସୁଜୁକି ସ୍ବିଫ୍ଟ ଗାଡିକୁ ମଧ୍ୟ ଧକ୍କା ଦେଇଥିଲା । ଡ଼୍ରାଇଭର କୁ ପୋଲିସ ଅଟକ ରଖିଥିବା ବେଳେ ଟ୍ରକ କୁ ସ୍ଥାନୀୟ ଲୋକେ ଅଟକ ରଖିଲେ। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ ହେବା ଫଳରେ କିଛି ସମୟ ବଲାଙ୍ଗୀର ସୋନପୁର ରାସ୍ତା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା

Post a Comment

Previous Post Next Post