ରକ୍ତ ଦାନ କରି ରୋଗୀର ଜୀବନ ରକ୍ଷା କଲେ ଯୁବ ସମାଜସେବୀ ସନ୍ତୋଷ କୁମାର ପ୍ରଧାନ


ସୋନପୁର (ସର୍ଜନ କୁମାର ପାଣ୍ଡେ) ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରକ୍ତହୀନତା ଯୋଗୁଁ ଭର୍ତ୍ତି ହୋଇଥିବା ସୋନପୁର ବ୍ଳଳ ଦେଉଲି ଗ୍ରାମ ର ସୀତା ବେହେରା ନାମକ ମହିଳା କୁ ରକ୍ତଦାନ କରି ତାଙ୍କର ଜୀବନ ରକ୍ଷା କରିଛନ୍ତି ଯୁବ ସମାଜସେବୀ ସନ୍ତୋଷ କୁମାର ପ୍ରଧାନ । ସନ୍ତୋଷ ୪ଥର ରକ୍ତଦାନ କରି ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୁଷ୍ଟି କରିପାରିଛନ୍ତି । ସେ ଜଣେ ଶିକ୍ଷକ ଥିଲେ ମଧ୍ଯ ଯେଉଁ ସମୟରେ ରକ୍ତ ଦରକାର ଖବର ପାଇଥାନ୍ତି ତୁରନ୍ତ ଯାଇ ରକ୍ତଦାନ କରିଥାନ୍ତି । ସେ ନିଜେ ରକ୍ତ ଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ଯ ରକ୍ତ ଦାନ ପାଇଁ ଅନୁରୋଧ କରିଥାନ୍ତି । ଏହା ସହ ସେ ରକ୍ତ ଦାନ ଶିବିର ମଧ୍ଯ ଆୟୋଜନ କରିଥାନ୍ତି । ସେ ନିଜେ ପ୍ରକାଶ କରିଛନ୍ତି ଯେ ଆଗକୁ ୧୦୮ ଥର ରକ୍ତ ଦାନ କରିବା ସହ ନିଜର ଅଗଂଦାନ ମଧ୍ଯ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି ।

Post a Comment

Previous Post Next Post