ହରଭଙ୍ଗା :(ସୁଶାନ୍ତ କୁମାର ବେହେରା) ଓଡ଼ିଆ ସଂସ୍କୃତି, ପରମ୍ପରା ଓ ପୌରାଣିକ ମତ ଅନୁଯାଇ ମାଘ ମାସ କୁ ପବିତ୍ର ମାସ କୁହାଯାଏ। ଏହି ମାସରେ ଗାଁ ଠୁ ସହର ସବୁଠି ନାମ ଯଜ୍ଞ ଅନୁଷ୍ଠିତ ହୋଇଥାଏ। ଏହି ମାସର ସାତ ଦିନ ଟିକୁ ତିଳ ସପ୍ତମୀ ବା ରଥ ସପ୍ତମୀ ନାମରେ ମଧ୍ୟ ପରିଚିତ।ସୂର୍ଯ୍ୟ ଙ୍କ ଉତରାୟଣ ଗତିର ଏହା ହେଉଛି ସପ୍ତମୀ ଦିନ। ଏହି ଦିନରେ ସୂର୍ଯ୍ୟ ଦେବତା ନିଜର ସାତୋଟି ଘୋଡା ସହ ଉତ୍ତର ଗୋଲାର୍ଦ୍ଧ କୁ ଗତିକରନ୍ତି। ରୁଷି କାଶ୍ୟପ ଓ ପତ୍ନୀ ଅଦିତି ଙ୍କ ଠାରୁ ସୂର୍ଯ୍ୟ ଏହି ଦିନରେ ଜନ୍ମ ହୋଇଥିଲେବୋଲି ପୌରାଣିକ ମତ ରହିଛି । ଭାରତୀୟ କୃଷକ ମାନେ ସୂର୍ଯ୍ୟ ଦେବତାଙ୍କୁ ପୂଜକରିବା ସହ କୃଷି କାର୍ଯ୍ୟ ଆରମ୍ଭ କରିବାପାଇଁ ଏହି ଦିନରେ ସୂର୍ଯ୍ୟ ଦେବତାଙ୍କୁ ଆଶୀର୍ବାଦ ଭିକ୍ଷା କରନ୍ତି!ଏହି ଦିନଟିରେ ବିଭିନ୍ନ ମନ୍ଦିର,ଦେବ ପୀଠ, ମଠ, ଗ୍ରାମ ଗୁଡିକରେ ପୂଜା ଅର୍ଚନା ସହିତ ନାମ ସଂକୀର୍ତନ୍ୟ, ଆୟୋଜିତ ହୋଇଥାଏ।
ସେହିଭଳି ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୂତା ଗ୍ରାମରେ ଆଜକୁ ୩୪ବର୍ଷ ଧରି ଏହି ଦିନକୁ ତିଳ ସପ୍ତମୀ ଭାବେ ପାଳନ କରୁଛନ୍ତି। ଚଳିତ ବର୍ଷ ଏହି ତିଳ ସପ୍ତମୀ ଟିକୁ ଗ୍ରାମର ସମସ୍ତ ଜନସାଧାରଣ ଏକତ୍ରିତ ହୋଇ ପ୍ରାତଃ ରୁ ପୂର୍ଣ୍ଣ ଜଳକୁମ୍ଭ ଯଜ୍ଞ ମଣ୍ଡପ ରେ ସ୍ଥାପନ କରି ଶ୍ରୀମଦ ଭାଗବତ ନାମ ଯଜ୍ଞ ଆରମ୍ଭ କରିଛନ୍ତି । ପୁରୋହିତ ଉମେଶ ଯୋଶୀ ଙ୍କ ପୌରହୀତତାରେ କର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ଦିଗାମ୍ବର ବାଘ କାର୍ଯ୍ୟ କରିଥିଲେ। ଗ୍ରାମର ସଭାପତି ପ୍ରତାପ କିଶୋର ବେହେରା, ସମ୍ପାଦକ ବିଷ୍ଣୁ ଚରଣ ଦେହୁରୀ ଙ୍କ ସହିତ ଗ୍ରାମ୍ୟ କମିଟି ଏବଂ ଗ୍ରାମର ସମସ୍ତ ଜନସାଧାରଣ ଏହି ନାମ ଯଜ୍ଞ, ଅନ୍ନ ଯଜ୍ଞ ରେ ସହଯୋଗ କରିଥିଲେ।
Post a Comment