୭୪ତମ ସାମୁହିକ ସାଧାରଣ ତନ୍ତ୍ର ଦିବସ ପାଳନ ନେଇ ଜୋରଦାର ପ୍ରସ୍ତୁତି


ନୂଆପଡା,(ପରମେଶ୍ଵର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଲ ରାଜା ଆର୍ତ୍ତ ତ୍ରାଣ ବିଦ୍ୟାଳୟ ଖେଳ ପଡିଆ ଠାରେ ସାମୁହିକ ୭୪ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି । ଏ ନେଇ ଖଡ଼ିଆଲ ବ୍ଲକ ରେ ଥିବା ୨୬ ଗୋଟି ପଂଚାୟତ ର ବିଦ୍ୟାଳୟ, ଓ କଲେଜ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମଙ୍ଗଳବାର ଏହି ଖେଳ ପଡିଆରେ ପେରେଡ ରିଅଲସଳ କାଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି i ଏଥିରେ ଖଡ଼ିଆଲ ବ୍ଲକ ର ବିଭିନ୍ନ ପଞ୍ଚାୟତ ଓ ଖଡ଼ିଆଳ ସହର ରେ ଥିବା ୪୪ ଗୋଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ପେରେଡ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | ୨୬ ତାରିଖ ରେ ଆୟୋଜିତ ହେବାକୁ ଥିବା ସାମୁହିକ ସାଧାରଣ ତନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଲ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ଜାତୀୟ ପତ୍ତାକା ଉତ୍ତୋଳନ କରିବା କାର୍ଯ୍ୟ କ୍ରମ ସ୍ଥିର ହୋଇଥୁବା ସାମୁହିକ ସାଧାରଣତନ୍ତ୍ର ଦିବସ ପାଳନ କମିଟି ତରଫରୁ ସୂଚନା ମିଳିଛି ।୨୬ ତାରିଖ ସକାଳ ୫ଘଣ୍ଟା ସମୟରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫ ରୁ ରାମ ଧୁନ ଓ ପ୍ରଭାତ ଫେରି କାର୍ଯ୍ୟକ୍ରମ ହେବା, ଏବଂ ସକାଳ ୮ ଘଣ୍ଟା ସମୟରେ ଖଡ଼ିଆଳ ର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ଜାତୀୟ ପତାକା ଉତ୍ତୋଳନ , ଏବଂ ସକାଳ ୯ଘଣ୍ଟା ସମୟରେ ରାଜା ଆର୍ତ୍ତତ୍ରାଣ ବିଦ୍ୟାଳୟ ଖେଳ ପଡିଆ ରେ ସାମୁହିକ ଜାତୀୟ ପତ୍ତକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଳନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
https://www.facebook.com/aajtakodisha12?mibextid=ZbWKwL

Post a Comment

Previous Post Next Post