ବଳରାମପୁର କୁଅଁରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୫ମ ବାର୍ଷିକ ଉତ୍ସବ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବଳରାମପୁର ଗ୍ରାମ ପଞ୍ଚାୟତ କୁଅଁରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୫ମ ବାର୍ଷିକ ଉତ୍ସବ ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ଅବସରପ୍ରାପ୍ତ ଶିକ୍ଷକ ଗଜେନ୍ଦ୍ର ନାଥ ସାହୁ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଗୁରୁଜୀ ଗୁରୁମା ଙ୍କ ଦ୍ବାରା ବନ୍ଦନା ,ପ୍ରାର୍ଥନା କରାଯାଇଥିଲା ।ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ଶ୍ରୀମତୀ ସୁବାସିନୀ ଜେନା ଯୋଗ ଦେଇ ଈଶ୍ୱର ବିଶ୍ୱାସ ହୋଇ ସକାରାତ୍ମକ ଚିନ୍ତାଧାରା ନେଇ ଦୃଢ ଇଛାଶକ୍ତି ସହ କଠିନ ପରିଶ୍ରମ କଲେ ସଫଳତାର ଶୀର୍ଷରେ ପହଞ୍ଚିବା ସମ୍ଭବ । ତେଣୁ ଏହି ୪ଟି ଦିଗ ପ୍ରତି ପିଲାମାନେ ଯେଭଳି ଯତ୍ନଶୀଳ ହୋଇପାରିବେ, ସେନେଇ ଅଭିଭାବକମାନଙ୍କୁ ଧ୍ୟାନ ଦେବାଲାଗି ମୁଖ୍ୟ ଅତିଥି ଶ୍ରୀମତୀ ଜେନା ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ଯକ୍ଷ ତଥା ସୁଲେଖକ ଡ. ବିଜୟ କୁମାର ଦେ ,ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ମହେଶ୍ବର ସେଠୀ,ରବିନ୍ଦ୍ର ନାଥ ସାମଲ,ନିତ୍ୟାନନ୍ଦ ପାଣିଗ୍ରାହୀ,୨୧ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା କାଞ୍ଚନ ଜେନା, ସନ୍ୟାସୀ ବେହେରା,ବୀର ମାଧବ ଗିରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।ଉତ୍ସବ ଶେଷରେ ୬୬ଜଣ ପିଲାଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ଜେନାଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଗୁରୁଜୀ ହରିହର ପଣ୍ତା ମଞ୍ଚ ପରିଚାଳନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଦ୍ୟାଳୟର ସଭାପତି ସନ୍ତୋଷ କୁମାର ଗିରି ସ୍ବାଗତ ଭାଷଣ,ସଂପାଦକ ନିତ୍ୟାନନ୍ଦ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଗୁରୁଜୀ ମନ୍ମଥ କୁମାର ପାଣିଗ୍ରାହୀ,ଗୁରୁମା ରାଧାମଣୀ ବିଶ୍ବାଳ,ସାଇପ୍ରିୟା ଗିରି,ଅପର୍ଣ୍ଣା ବିଶ୍ବାଳ,ମଧୁମିତା ଗିରି,କବିତା ସାହୁ,ମନୋରମା ସାମଲ,ଭାବଗ୍ରାହୀ ରାଉତ,ରାଜୀବ ଲୋଚନ ଦେ ପ୍ରମୁଖ
 ସମସ୍ତ ଗୁରୁମା ଗୁରୁଜୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ହରିହର ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

Post a Comment

Previous Post Next Post