ମାଦଳର ତାଳେ ତାଳେ ଆଦିବାସୀମହିଳାଙ୍କ ସହ ନାଚିଲେ ସୁବାସିନୀ
ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତ କାଳନ୍ଦା ମିନିଷ୍ଟାଡିୟମ ଠାରେ ଜାହେର ଗଡିଆ ଆଦିବାସୀ ଜୁଆଁ ଗଉଣ୍ଟା କ୍ଲବ ତରଫରୁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ସୋମବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ନାରୀନେତ୍ରୀ ଶ୍ରୀମତୀ ସୁବାସିନୀ ଜେନା ଯୋଗ ଦେଇ ଆୟୋଜକ ତଥା ଫୁଟବଲ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାନେଜର ମୋତିରାମ ସୋରେନ୍ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ କ୍ଲବର ସଭାପତି ବୁଦ୍ଧିରାମ ବେଶ୍ରା ଅଧ୍ୟକ୍ଷତା କରିଥିଲେ ।ସେକ୍ରେଟେରୀ ରୁପାୟ ଟୁଡୁ ମଞ୍ଚ ଆହ୍ବାନ କରିଥିଲେ । ଅନ୍ୟମାନଙ୍କ ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ, ୨୨ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ, ସ୍ଥାନୀୟ ସରପଞ୍ଚ ଅରୁଣ ପାଣିଗ୍ରାହୀ, ସମିତିସଭ୍ୟ ମୀନକେତନ ଦାସ ମହାପାତ୍ର,ଗାଁ ମୁଖିଆ ଦୈତାରୀ ନାୟକ,ବରିଷ୍ଠ ନାଗରିକ ନିତ୍ୟାନନ୍ଦ ଦାସ ମହାପାତ୍ର,ଖଗେନ୍ଦ୍ର ମୁର୍ମୁ,ସୁଲତା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚରେ ରିଟର୍ଣ୍ଣ ଏମ୍ ଜିଏସଏସ୍ ଦଳକୁ ହରାଇ ବି. ପ୍ଲସ୍ ଡି ଜାମସେଦପୁର ଟାଟା ଦଳ ବିଜୟୀ ହୋଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ପୁରସ୍କାର ବିତରଣ ଉତ୍ସବରେ ବିଜୟୀ ଦଳକୁ ଏବଂ ରନର୍ସ ଅପ୍ ଦଳକୁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟକୁ ଜାହେର ଗଡିଆ ଆଦିବାସୀ କ୍ଲବର ସୁମନ୍ତ ବେଶ୍ରା,ନାଇଧର ବେଶ୍ରା,ମନ୍ମଥ ବେଶ୍ରା,ରାଜେନ ସୋରେନ୍ ,ନବା ସୋରେନ୍ ,ଗୁରୁଭା ବେଶ୍ରା,ବାପି ବେଶ୍ରା,କଟି ମାରାଣ୍ତି ,ମଧୁ ସୋରେନ୍ ,ମଧୁସୂଦନ ବେଶ୍ରା,ଆନନ୍ଦ ସୋରେନ୍ ,ବାଜୁନ ସୋରେନ୍ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଫାଇନାଲ ମ୍ୟାଚ ପୂର୍ବରୁ ମୁଖ୍ୟ ଅତିଥି ନାରୀନେତ୍ରୀ ଶ୍ରୀମତୀ ସୁବାସିନୀ ଜେନାଙ୍କୁ କ୍ଲବ ର ସଦସ୍ୟ ଏବଂ ଗ୍ରାମବାସୀ ତଥା ମହିଳାମାନେ ମାଦଳର ତାଳେ ତାଳେ ନାଚି ନାଚି ଶୋଭାଯାତ୍ରାରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
Post a Comment