କବିୟତ୍ରୀ କୋଶଲି କୁଇନ୍ ମୀରାଵାଈ ମହାନ୍ତି ପାଣିଗ୍ରାହୀ


ନୂଆପଡା,(ରିଖିରାମ ଦଳ) ଜିଲ୍ଲା କୋମନା ବ୍ଲକ ଜଣେ ସିଏ ଏକାଧାରରେ ଜଣେ କବିୟତ୍ରୀ, ଗାୟିକା,ଲେଖିକା,କମେଡିଏନ୍, ଅଭିନେତ୍ରୀ ଛୋଟ ବେଲେ ଗୀତ ଗାଇ ବହୁତ ମାନ ପତ୍ର ପାଇ ସାରିଥିଲେ। ସିଏ ବିବାହ ପୂର୍ବରୁ ବେଶୀ ବ୍ୟଙ୍ଗ କବିତା ଲେଖୁଥିଲେ।ଏହି ବ୍ୟଙ୍ଗ ରଚନା କରିବା ପାଇଁ ତାଙ୍କ କାକା ଅଧ୍ୟାପକ ଅର୍ଜୁନ ମହାନ୍ତି ପ୍ରେରଣା ଦେଇଥିଲେ।ତାପରେ ତାଙ୍କ ର କୋଶଲ୍ ଝି ମୀରା ପୂରବୀ ଚ୍ୟାନେଲ ରେ ଡ୍ରାମା କମେଡି ମାନେ ନିଜେ ଲେଖି ଅଭିନୟ କଲେ ।ସମାଜ କୁ ନେଇ କରୁଣ କାହାଣୀ ଲେଖି ଅଭିନୟ କଲେ। ଗୋଟେ ଚାଷୀ ଉପରେ ଅଭିନୟ ନିଜେ ରଚନା କଲେ। ସେଥିରେ ପୁଣି ନିଜେ ଅଭିନୟ ରେ ବୁଡି ଯାଇ ଚମତ୍କାର ଉପସ୍ଥାପନା ଦେଖାଇ କାନ୍ଦିଛନ୍ତି।ସେଇ ଅଭିନୟ ଦେଖି ଭୁବନେଶ୍ୱର ରୁ ଟିଭି ସିରିଏଲ୍ ପାଇଁ ଅଫର୍ ଆସିଲା ହେଲେ ସିଏ ଘର ର ବଡ ବହୂ ହୋଇଥିବା କାରଣରୁ ମନା କରି ଦେଇଛନ୍ତି। ବୃଦ୍ଧ ବୃଦ୍ଧା ଙ୍କୁ ବହୁତ୍ ଭଲ ପାଆନ୍ତି। ଗୋଟେ ଭଲ ସୁ ଗୃହିଣୀ ହେବା ସଙ୍ଗେ ସଙ୍ଗେ ଘରର ସମସ୍ତ ଙ୍କ ଯତ୍ନ ନିଅନ୍ତି।ଶାଶୁ ଶ୍ୱଶୁର କୁ ସେବା କରନ୍ତି । ଭଗବାନ ଙ୍କ ର ଗୋଟେ ବଡ ଭକ୍ତ ସର୍ବ ଦେବା ଦେବୀ ଙ୍କ ର ସ୍ତୁତି ପୁରାଣ ମୁହଁ ମୁହଁ ରେ ମୁଖସ୍ଥ। ତା ସହ ସେ ଗୋଟିଏ ଆଦର୍ଶ ଶିକ୍ଷୟିତ୍ରୀ ଥିଲେ। କିଛି ଗୋଟେ ବ୍ୟକ୍ତିଗତ କାରଣରୁ ଚାକିରୀ ଛାଡି ଦେଇଛନ୍ତି।ସିଏ ଶିକ୍ଷକତା କଲା ସମୟରେ ସବୁ ଛୋଟ ଛୁଆ ତାଙ୍କ ପାଇଁ ପାଗଳ ଥିଲେ।ଛୋଟ ଛୁଆଁ ମାନଙ୍କ ଉପରେ ସ୍ନେହ ଢାଲି ଦିଅନ୍ତି।ସିଏ ଓଡିଶାର ବାଇଶି ଟି ଓଡିଆ ଆଉ କୋଶଲି ଉଭୟ ସାହିତ୍ୟ ଅନୁଷ୍ଠାନ ରେ ସମ୍ପାଦିକା ଆଉ ସଭାପତି ରହି ସୁନ୍ଦର ଭାବରେ ଗୃପ୍ ପରିଚାଳନା କରୁଛନ୍ତି।ତା ସହ ସାତ ଟି ସାହିତ୍ୟ ଏକପଦୀ କଲାପଟା ଚଲାଉଛନ୍ତି। ସେଥିପାଇଁ ସାରା କବି ସମାଜ ଆଶ୍ଚର୍ଯ୍ୟ ଆଉ ଚକିତ। ଓଡ଼ିଶା ର ଉଭୟ ଓଡ଼ିଆ ଆଉ କୋଶଲି ଭାଷା ର ୨୨ ଟି ସାହିତ୍ୟ ଅନୁଷ୍ଠାନ କୁ କେଉଁ ଥିରେ ସଭାପତି କେଉଁ ଥିରେ ସମ୍ପାଦିକା ରହି ପରିଚାଳନା କରୁଛନ୍ତି । ନୂଆ ଲେଖୁଥିବା ସାରସ୍ଵତ ସ୍ରଷ୍ଟା ଙ୍କୁ ପ୍ରେରଣା ଦେଉଛି। ତାସହ ୭ ଟି ଏକପଦୀ କଳାପଟା ଚଲାଉଛନ୍ତି କଳା ଦହନା ସାହିତ୍ୟ ଅନୁଷ୍ଠାନ ରେ ଗୋଟିଏ କବି ସମ୍ମିଳନୀ ଥିଲା ତାଙ୍କର ଦାଇତ୍ୱ ସବୁ ସୂଚାରୁରୂପେ ନେଇ ତୁଲାଇଛନ୍ତି । ତାଙ୍କ ପାଇଁ ସାରା କବି ସମାଜ ଆଶ୍ଚର୍ଯ୍ୟ ଆଉ ଚକିତ।ଆଗକୁ ଆଗକୁ ସାହିତ୍ୟ ପ୍ରତି ନିଜକୁ ସମର୍ପିତ କରି ଦେବି ବୋଲି କହିଛନ୍ତି ।

Post a Comment

Previous Post Next Post