ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦରୋଡ ନଟାକଟା ପଞ୍ଚାୟତ ବସନ୍ତପୁର ଗ୍ରାମର ଜଣେ ୧୭ ବର୍ଷ ନାବାଳିକା ଝିଅ ନିଖୋଜ ଘୋଟଣା କୁ ୮ ମାସ ବିତିଯାଇଥିଲେ ମଧ୍ୟ କୌଣସି ପତା ମିଳିପାରୁ ନାହିଁ । ଏ ନେଇ ଗତ ୮ ମଇ ୨୦୨୨ ମସିହାରେ ଝିଅର ବାପା ପରେଶ କୁମାର ଜେନା ଅମର୍ଦାରୋଡ ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ୧୮ ବର୍ଷ ହେଇଥିବାରୁ କହି ଝିଅ ର ବାପା ପରେଶ ଜେନାଙ୍କୁ ଫେରାଇ ଦେଇଥିଲେ। କିନ୍ତୁ ଝିଅର ଆଡମିଡ କାର୍ଡରୁ ୧୭ ବର୍ଷ ହେଇଥିବା ଜଣାପଡିଛି। ଏ ନେଇ ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚିର ନିଦ୍ରା ଶୋଇରହିଛି। ପ୍ରକାଶ ଯେ, ବସନ୍ତପୁର ଗ୍ରାମର ପରେଶ ଜେନାଙ୍କ ଝିଅ ପୁଷ୍ପଲତା ଜେନା(ଛଦ୍ମନାମ) ଗୁଡ଼ିଖାଳ ଜୁଣ ବଳଦା ଗ୍ରାମର ସୁଦର୍ଶନ ମହାଲଙ୍କ ଝିଅ ରଞ୍ଜୁ ମାହଲ ଘରେ ରହି ପଢ଼ୁଥିଲେ କିନ୍ତୁ ୪/୫ ଦିନ ପରେ ଘରକୁ ନ ଫେରିବାରୁ ବାପା ପରେଶ ଜେନା ତାଙ୍କ ଘରେ ପଚାରି ବାରୁ ଝିଅ ହାଇଦ୍ରାବାଦ ଯାଇଛି କାହା ସାଙ୍ଗରେ ଯାଇଛି ଆମେ ଜାଣୁ ନାହିଁ କହିଥିଲେ।ବାପା ଫେରି ଆସିବା ପରେ ଅମର୍ଦ୍ଦରୋଡ ଫାଣ୍ଡିରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହଁନ୍ତି। ଆଜକୁ ପ୍ରାୟ ୮ ମାସ ବିତିଗଲାଣି ହେଲେ ଝିଅର କୌଣସି ଖୋଜ ଖବର ମିଳି ପାରିଲାନାହିଁ। ଏନେଇ ସରପଞ୍ଚ ଠୁ ଆରମ୍ଭ କରି ରାଜନେତା ମାନଙ୍କୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ବାଲେଶ୍ୱର ଏସପି ସାଗରିକା ନାଥ ଭେଟି ବାପା ଓ ମା ଗୁହାରି ଜଣେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ପୁଷ୍ପଲତା କେଉଁଠି ଏବଂ କିପରି ଅବସ୍ଥାରେ ଅଛି କିମ୍ବା ଜୀବନ ପ୍ରତି ବିପଦ ଥିବ ନା କୌଣସି ଦଲାଲ ହାତରେ ବିକ୍ରି ହେଇଛି ତାହା ସନ୍ଦେହ ଘେରରେ।ତେବେ ପରିବାର ଅତ୍ୟନ୍ତ ଗରିବ ହେଇଥିବାରୁ ଝିଅର ନିଖୋଜକୁ ନେଇ ପରିବାର ଅସ୍ତବ୍ୟସ୍ତ ହେଇ ପଡ଼ିଲେଣି।ତେବେ ପୋଲିସ କିଛି କାର୍ଯ୍ୟନୁଷ୍ଠାନ କରୁନଥିବାରୁ ପୋଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ବାଚୀ ସୃଷ୍ଠି କରିଛି।କେବେ ମିଳିବ ନ୍ୟାୟ ତାହା ଦେଖିବାକୁ ବାକିରହିଲା।

Post a Comment