ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ଼ ତରଫରୁ ଭଲିବଲ୍ ପ୍ରତିଯୋଗିତା


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ଼ ତରଫରୁ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ବାରା ଏକ ଭଲିବଲ୍ ପ୍ରତିଯୋଗିତା ବାଲିଆପାଳ ଶାରିରୀକ ଶିକ୍ଷା ମହାବିଦ୍ୟାଳୟ ପରିସର ଖେଳପଡିଆରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା।ଏଥିରେ ଉଭୟ ବସ୍ତା ଓ ବାଲିଆପାଳ ବ୍ଲକ୍ ର ବନ୍ଦର ପ୍ରଭାବିତ ପଞ୍ଚାୟତ ର ୧୦ ଟି ଭଲିବଲ ଦଳ ଅଂଶ ଗ୍ରହଣ କରିଥିଲେ। ଆଜି ବଡାସ୍ ଏବଂ ନିଖିରା ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା।ଏଥିରେ ନିଖିରା ବିଜୟ ଲାଭ କରିଥିଲା ।ଉଦଘାଟନ ଉତ୍ସବରେ ରାଜ୍ୟ ଭଲିବଲ୍ ଏସୋସିଏସନ୍ ର ସଭ୍ୟ ସନ୍ତୋଷ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗିତା କୁ ଉଦ୍ଘାଟନ କରିବା ସହିତ ନିଜର ଅଭିଭାଷଣ ମାଧ୍ୟମ ରେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ସୁବର୍ଣ୍ଣରେଖା ବନ୍ଦର ଦ୍ଵାରା ଆୟୋଜିତ ଏହି ପ୍ରତିଯୋଗିତା କୁ ଭୂରି ଭୂରି ପ୍ରଶଂସା କରିଥିଲେ।ଆଜି

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଆପାଳ ତହସିଲଦାର ଦୀପକ୍ କୁମାର ଦାସ, ବାଲିଆପାଳ ସମିତି ସଭ୍ୟା ଝୁନା ରାଣୀ ପାତ୍ର ,ବାଲିଆପାଳ ଫିଜିକାଲ କଲେଜ ର ଅଧ୍ୟକ୍ଷ ସୁଶାନ୍ତ ଦେ,ସୁବର୍ଣ୍ଣରେଖା ବନ୍ଦର ପ୍ରଶାସନ ମୁଖ୍ୟ ପ୍ରମୋଦ କୁମାର, ଟାଟା ଷ୍ଟିଲ ଫାଉଣ୍ଡେସନ ଓଡ଼ିଶା ମୂଖ୍ୟ ଡ. ଅମ୍ବିକା ପ୍ରସାଦ ନନ୍ଦ, ବାଲେଶ୍ଵର ମୂଖ୍ୟ ପ୍ରମୋଦ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ଉଭୟ ବିଜୟୀ ଏବଂ ରନର୍ସଅପ ଦଳକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା।।

ସୁବର୍ଣ୍ଣରେଖା ବନ୍ଦର ଦ୍ଵାରା ଏହିଭଳି ସାମାଜିକ ଜନ କଲ୍ୟାଣ କାର୍ଯ୍ୟକ୍ରମ ଆଗକୁ ଏହିଭଳି ଅଧିକ ରୁ ଅଧିକ ଜାରି ରହିବ ଏବଂ ତା ସହିତ ଏ ଅଞ୍ଚଳ ର ପ୍ରତିଭା କୁ କିଭଳି ବିଶ୍ଵ ଦରବାର ରେ ପରିଚିତ କରାଯାଇ ପାରିବ ସେଥି ପ୍ରତି ବିଶେଷ କାର୍ଯ୍ୟକ୍ରମ କରାଯିବ ବୋଲି ସୁବର୍ଣ୍ଣରେଖା ପ୍ରଶାସନ ମୁଖ୍ୟ ପ୍ରମୋଦ କୁମାର ସିଂ ପ୍ରକାଶ କରିଛନ୍ତି।

Post a Comment

Previous Post Next Post