ସମାଜ ସେବି ଓ ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ବୌଦ୍ଧ ଦିନ୍ ପାଳିତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲାର ୨୯ ତମ ପ୍ରତିଷ୍ଠା ଦିବସ ତଥା ପ୍ରତି ବର୍ଷ ଜାନୁଆରୀ ୨ତାରିଖ କୁ ବୌଦ୍ଧ ଦିନ୍ ଅବସରରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ରାଧାନଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଧାନଗର ଗାଁ ରେ ଯୁବ ସ୍ଵେଚ୍ଛାସେବୀ ଦିବାକର ଦେହୁରୀ,ସମୀର ଦେହୁରୀ, ମନୋଜ କୁମାର ବାଘ, ତୁଷାର କାନ୍ତ ସାହୁ, ଆଶିଷ ସାହୁ ଓ ଯୁବ ସ୍ଵେଚ୍ଛାସେବୀ ତଥା ଯୁବ କବି ତୋଫାନ୍ ଦେହୁରୀଙ୍କ ନେତୃତ୍ୱରେ ବୌଦ୍ଧଦିନ୍ ପାଳିତ ହୋଇ ଯାଇଛି ।ଏ କାର୍ଯ୍ୟକ୍ରମରେ ରାଧାନଗର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଗଣେଶ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ କିଡନୀ ରୋଗ,ପାନୀୟ ଜଳ ସମସ୍ୟା କୃଷକ ମାନଙ୍କ ହକ୍ ପାଇଁ ଆନ୍ଦୋଳନରତ ଥିବା ଯୁବ ସ୍ଵେଚ୍ଛାସେବୀ ଇଂ ବିକାଶ ମହାକୁଡ଼ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ। ରାଧାନଗର ଗାଁ ର ବରିଷ୍ଠ ନାଗରିକ ତଥା ଶିକ୍ଷକ ନରେନ୍ଦ୍ର କୁମାର ଦେହୁରୀ ସଭାର ସଭାପତିତ୍ୱ କରିଥିଲେ। ବୌଦ୍ଧ ଦିନ୍ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଧାନଗର ଗାଁ ର ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା,ଚିତ୍ରାଙ୍କନ,କୁଇଜ୍,ରଚନା ଲିଖନ,ଝୁଟି,ମ୍ୟୁଜିକ୍ ଚେୟାର,ପୁଚି,ଗୀତ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ସହିତ ପାଠ୍ୟ ଉପକରଣ ଦେଇ ଉତ୍ସାହିତ କରିବା ସହିତ ଗାଁ ର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯିବା ସହିତ ସଂଧ୍ୟା ୭ ଘଟିକା ସମୟରେ ବାଳକ ଭୋଜନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ନୃତ୍ୟ ଶିକ୍ଷକ ନିରୋଜ୍ ଦେହୁରୀ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ସ୍ଵେଚ୍ଛାସେବୀ ତଥା ଯୁବ କବି ତୋଫାନ୍ ଦେହୁରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଯୁବ ସ୍ଵେଚ୍ଛାସେବୀ ମନୋଜ କୁମାର ବାଘ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବ ବର୍ଷ ଭଳି ଏକ ବର୍ଷ ମଧ୍ୟ ବୌଦ୍ଧ ଦିନ୍ ପାଳନ ପାଇଁ ରାଧାନଗର ଗାଁ ର ବାଘ ଟେଣ୍ଟ୍ ହାଉସ୍ ସଂପୂର୍ଣ୍ଣ ସହଯୋଗ କରିଥିଲେ। ସୂଚନା ଥାଉ କି ବୌଦ୍ଧ ଜିଲ୍ଲାର ପ୍ରତିଷ୍ଠା ଦିବସକୁ ଗାଁ ସ୍ତରରେ ବୌଦ୍ଧ ଦିନ୍ ଭାବରେ ପାଳନ କରୁଥିବା ପ୍ରଥମ ଗାଁ ହେଉଛି ରାଧାନଗର। ରାଧାନଗର ଗ୍ରାମର ସ୍ଵେଚ୍ଛାସେବୀ ମାନଙ୍କ ଏହି ମହାନ୍ ତଥା ଐତିହାସିକ କାର୍ଯ୍ୟ ପାଇଁ ବୁଦ୍ଧି ଯିବି ମାନେ ତାଙ୍କୁ ପ୍ରଶଂସା କରୁଛନ୍ତି।

Post a Comment

Previous Post Next Post